fbpx

ICCର ଘୋଷଣା: ତେନ୍ଦୁଲକର ହେଲେ ଦିନିକିଆ ବିଶ୍ୱକପ ୨୦୨୩ର ଗ୍ଲୋବାଲ ଆମ୍ବାସଡର

Advertisement

ନୂଆଦିଲ୍ଲୀ: ଆସନ୍ତା ୫ ତାରିଖରୁ ଭାରତରେ ଦିନିକିଆ ବିଶ୍ୱକପ ୨୦୨୩ ଶୁଭାରମ୍ଭ ହେବ । ସେଥିପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ସମସ୍ତ ପ୍ରକାରର ପ୍ରସ୍ତୁତି ସରିଛି । ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡ ଓ ରନର୍ସ ଅପ୍ ନ୍ୟୁଜିଲାଣ୍ଡ ମଧ୍ୟରେ ଉଦଘାଟନୀ ମ୍ୟାଚ ଖେଳାଯିବ । ତେବେ ଏହା ମଧ୍ୟରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲଙ୍କରକୁ ବିଶ୍ୱକପରେ ଏକ ବଡ଼ ଦାୟିତ୍ୱ ମିଳିଛି ।

ସୂଚନା ମୁତାବକ, ଭାରତରେ ଆୟୋଜିତ ହେବାକୁ ଥିବା ଦିନିକିଆ ବିଶ୍ୱକପ ୨୦୨୩ ପାଇଁ ତେନ୍ଦୁଲକରଙ୍କୁ ଗ୍ଲୋବାଲ ଆମ୍ବାସଡର ଭାବେ ଘୋଷଣା କରାଯାଇଛି । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ଏନେଇ ଘୋଷଣା କରାଯାଇଛି । ଏ ବାବଦରେ ସଚିନ ନିଜେ ସୂଚନା ଦେଇଛନ୍ତି । ବିଶ୍ୱକୁ ଜିତିବାର ତାଙ୍କର ସ୍ୱପ୍ନ ପୂରଣ ହୋଇଛି ଓ ବିଶ୍ୱକପର ସେହି ଗୌରବମୟ ମୁହୂର୍ତ୍ତକୁ ସେ ଅପେକ୍ଷା କରି ରହିଛନ୍ତି ବୋଲି ସଚିନ କହିଛନ୍ତି ।

ଗତ ୧୯୮୭ ମସିହାଠାରୁ ୨୦୧୧ ମସିହା ପର୍ଯ୍ୟନ୍ତ ସଚିନ ଅନ୍ତର୍ଜାତୀୟ କ୍ରିକେଟରେ ସକ୍ରିୟ ରହିଥିଲେ । ଏହି ଅବସରରେ ସେ ବିଶ୍ୱକପର ୬ଟି ସଂସ୍କରଣରେ ସାମିଲ ରହିଥିଲେ । ଶେଷରେ ୨୦୧୧ ବିଶ୍ୱକପରେ ଭାରତ ବିଶ୍ୱବିଜୟୀ ହୋଇଥିବା ବେଳେ ସେ ବିଶ୍ୱ ଚାମ୍ପିୟନ ଟିମର ଜଣେ ସଦସ୍ୟ ହେବାର ସୌଭାଗ୍ୟ ଲାଭ କରିଥିଲେ । ସଚିନଙ୍କର ଏକାଧିକ ବିଶ୍ୱ କୀର୍ତ୍ତିମାନ ଆଜି ବି ଅତୁଟ ରହିଛି । ଉଭୟ ଦିନିକିଆ ଓ ଟେଷ୍ଟରେ ସର୍ବାଧିକ ଟେଷ୍ଟ ଶତକ, ସର୍ବାଧିକ ରନ୍ ସଚିନଙ୍କ ନାମରେ ରହିଛି ।

Get real time updates directly on you device, subscribe now.