fbpx
BSKY
BJD MC SKY
BJD YOUTH SKY

ବାସ୍ତୁଶାସ୍ତ୍ର ହିସାବରେ ଘରର ଏହି ସ୍ଥାନରେ ରଖନ୍ତୁ ଘଣ୍ଟା ଓ ମୋବାଇଲ୍, ହେବ ଧନର ବର୍ଷା

ଓଡ଼ିଶା ଭାସ୍କର: ଆମ ଓଡ଼ିଆରେ ଏକ ଲୋକ କଥା ଅଛି ମାନିଲେ ଠାକୁର, ନ ମାନିଲେ ପଥର । ସେଥିଲାଗି ତ କୁହାଯାଇଛି ବିଶ୍ଵାସେ ମିଳନ୍ତି ହରି । ଯଦି ଆମେ ଭଗବାନଙ୍କୁ ମାନୁଛେ ତେବେ ବେଦ-ଶାସ୍ତ୍ରକୁ ଆମେ ଅମାନ୍ୟ କରି ପାରିବା ନାହିଁ । ସେସବୁ ଭିତରୁ ବାସ୍ତୁଶାସ୍ତ୍ର ଗୋଟିଏ, ଯାହା ମଣିଷ ଜୀବନର ଅନେକ ସମସ୍ୟାକୁ ଦୂର କରିଥାଏ । ଘରେ ଦେଖାଦେଉଥିବା ସମସ୍ୟା ଗୁଡ଼ିକୁ ଦୂର କରିବା ସହ ପ୍ରତିକାର କଲେ ଭଲ ଫଳ ମିଳିଥାଏ । ବାସ୍ତୁଶାସ୍ତ୍ର ଅନୁସାରେ ଲୋକ ଘର କରୁଥିବା ଦେଖିଥିବେ, ହେଲେ ଆଜି ଜାଣିବା ଦୈନଦିନରେ ଏହାର କେତେ ଜରୁରୀ । ଆଜି ଜାଣିବା ବାସ୍ତୁଶାସ୍ତ୍ର ଅନୁସାରେ ମୋବାଇଲ ଓ ଘଣ୍ଟା ଘରର କେଉଁ ସ୍ଥାନରେ ରଖିବା । ଯାହା ଫଳରେ ଜୀବନ ସୁଖମୟ ହେବ । ଭଲ ସମୟ ଆସିବା ସହ ସୁଖ ସମୃଦ୍ଧି ଆସିବ ।

ଘଣ୍ଟା- ଆମେ ସାଧାରଣତଃ ଘଣ୍ଟା ଦେଖି ସମୟ ଜାଣିଥାନ୍ତି, ସେଥିପାଇଁ ଏହା ଆମ ପାଇଁ ଜରୁରୀ ହୋଇଥାଏ । ଜାଣି ରଖନ୍ତୁ ଯଦି ଘଣ୍ଟାକୁ ଭୁଲ ସ୍ଥାନରେ ରଖନ୍ତି ତେବେ ଏହା ଆପଣଙ୍କ ଜୀବନରେ ବଡ଼ ବିପଦ ଆଣିପାରେ । ସେଥିଲାଗି ଘର କାନ୍ଥରେ ଲାଗିଥିବା ଘଣ୍ଟା ଓ ହାତରେ ବାନ୍ଧୁଥିବା ଘଣ୍ଟାକୁ ରହୁଥିବା କୋଠରୀର ପୂର୍ବ ଦିଗରେ ରଖିବା ଉଚିତ । ଯାହା ଦ୍ବାରା ଆପଣଙ୍କ ଘରେ ଏକ ପ୍ରକାରର ସକାରାତ୍ମକ ବାତାବରଣ ଦେଖାଦେବ ।

ମୋବାଇଲ୍- ଆଜିର ଦିନରେ ମୋବାଇଲ୍ ସମସ୍ତଙ୍କ ପାଇଁ ବହୁତ ଜରୁରୀ ହୋଇ ପଡ଼ିଛି । ଘରର ସବୁ ସଦସ୍ୟଙ୍କ ନିକଟରେ ନିଜ ନିଜର ମୋବାଇଲ୍ ରହୁଛି । ତେବେ ଆସନ୍ତୁ ଜାଣିବା ବାସ୍ତୁଶାସ୍ତ୍ର ହିସାବରେ ମୋବାଇଲ୍ କେଉଁଠି ରଖିବା ଉଚିତ । ଯଦି ଆପଣଙ୍କ ବ୍ୟବସାୟରେ ବାକି ରହୁଛି, କିମ୍ବା କେହି ଆପଣଙ୍କ ଠାରୁ ଉଦ୍ଧାରି ନେଇ ଫେରାଉ ନାହାନ୍ତି ତେବେ ଆପଣଙ୍କ ପାଇଁ ଏହା ଜରୁରୀ । ରହୁଥିବା କୋଠରୀର ଅଗ୍ନିକୋଣ ବା ଦକ୍ଷିଣ-ପୂର୍ବ କୋଣରେ ରଖନ୍ତୁ । ଦେଖିବେ କିଛି ଦିନ ପରେ ଆପଣଙ୍କ ନିକଟକୁ ଧନର ଆଗମନ ହେବ ।

Get real time updates directly on you device, subscribe now.