fbpx
BJD
BJD SKY
BJD SKY

(Video) ପ୍ରଧାନମନ୍ତ୍ରୀଙ୍କୁ ‘NAMO’ ଲେଖାଥିବା ଜର୍ସି ଉପହାର ଦେଲେ ସଚିନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ସଂସଦୀୟ କ୍ଷେତ୍ର ବାରାଣାସୀ ଠାରେ ଏକ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ମହାଦେବ ସହରର ଏହି ନୂଆ ଷ୍ଟାଡିମୟକୁ ଭଗବାନ ‘ମହାଦେବ’ଙ୍କୁ ଉତ୍ସର୍ଗ କରାଯିବ ବୋଲି ସମାବେଶକୁ ସମ୍ବୋଧିତ କରିବା ଅବସରରେ କହିଛନ୍ତି ମୋଦୀ । ଏହି କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହିତ ଭାରତୀୟ କ୍ରିକେଟ ଟିମର ଅନେକ ପୂର୍ବତନ ଖେଳାଳି ସାମିଲ ହୋଇଥିଲେ ।

ତେବେ ଏହି ଅବସରରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ପ୍ରଧାନମନ୍ତ୍ରୀଙ୍କୁ ‘ନମୋ’ ଲେଖାଥିବା ଟିମ୍ ଇଣ୍ଡିଆର ଏକ ସ୍ୱତନ୍ତ୍ର ଜର୍ସି ଉପହାର ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ କ୍ରିକେଟର କପିଲ ଦେବ, ସୁନିଲ ଗାଭାସ୍କର, ରବି ଶାସ୍ତ୍ରୀ, ଦିଲୀପ ଭେଙ୍କସରକାର, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଅଧ୍ୟକ୍ଷ ରୋଜର ବିନ୍ନି, ବିସିସିଆଇ ସମ୍ପାଦକ ଜୟ ଶାହଙ୍କ ପରି ବହୁ ବଡ଼ ବଡ଼ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମଞ୍ଚ ଉପରେ ସଚିନ ମୋଦୀଙ୍କୁ ଏହି ସ୍ୱତନ୍ତ୍ର ଉପହାର ଦେଇଥିଲେ ।

ଆଜି ଦ୍ୱିପ୍ରହର ୧.୩୦ ସମୟରେ ମୋଦୀ ବାରାଣାସୀ ଷ୍ଟାଡିୟମର ଶିଳାନ୍ୟାସ କରିଥିଲେ । ଏହି ଷ୍ଟାଡିୟମର ଜମି ଅଧିଗ୍ରହଣ ପାଇଁ ୧୨୧ କୋଟି ଖର୍ଚ୍ଚ ହୋଇଥିବା ବେଳେ ଷ୍ଟାଡିୟମ ନିର୍ମାଣ ପାଇଁ ୩୩୦ କୋଟି ଟଙ୍କା ଖର୍ଚ୍ଚ ହେବ । ଆସନ୍ତା ୨୦୨୫ ସୁଦ୍ଧା ଏହି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ସମାପ୍ତ ହେବ । ଷ୍ଟାଡିୟମରେ ତ୍ରିଶୁଳ ଆକୃତିର ଫ୍ଲଡ ଲାଇଟସ ଲାଗିବ । ଏଥିସହିତ ଡମ୍ବୁରୁ ଆକୃତିର ମିଡ଼ିଆ ସେଣ୍ଟର, ଅର୍ଦ୍ଧଚନ୍ଦ୍ରାକାର ଛାତ ନିର୍ମାଣ କରାଯିବ । ଷ୍ଟାଡିୟମରେ ୭ଟି ପିଚ ନିର୍ମାଣ କରାଯିବ ଓ ୩୦ ହଜାର ଦର୍ଶକ ମ୍ୟାଚ ଦେଖି ପାରିବେ । ଏହାଛଡ଼ା ଷ୍ଟାଡିୟମର ନିର୍ମାଣ ୩୧.୬ ଏକର କ୍ଷେତ୍ରଫଳ ପର୍ଯ୍ୟନ୍ତ ବିସ୍ତାରିତ ହେବ ।

Get real time updates directly on you device, subscribe now.