fbpx
BJD SKY
BJD SKY

ଦୁନିଆର ସବୁଠାରୁ ପ୍ରଶଂସନୀୟ ଭାରତୀୟ ଖେଳାଳି ହେଲେ ସଚିନ, ଦେଶରେ ଆଗରେ ରହିଛନ୍ତି ଧୋନୀ; ୩ ନମ୍ବରରେ ବିରାଟ

BJD

ନୂଆଦିଲ୍ଲୀ: ଦୁନିଆର ମହାନ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର କ୍ରିକେଟରୁ ଅବସର ନେବାର ୮ ବର୍ଷ ହେଲାଣି, କିନ୍ତୁ ତାଙ୍କର ଲୋକପ୍ରିୟତା ଆଦୌ କମିନାହିଁ । ସେ ଆଜିବି ଦୁନିଆର ସବୁଠାରୁ ପ୍ରଶଂସନୀୟ ଭାରତୀୟ ଖେଳାଳି ଭାବରେ ଫ୍ୟାନ୍ସଙ୍କ ମନରେ ରହିଛନ୍ତି । ସେ ବିଶ୍ୱର ସମସ୍ତ ଖେଳାଳିଙ୍କ ମଧ୍ୟରେ ସାମଗ୍ରିକ ଭାବେ ତୃତୀୟ ସ୍ଥାନରେ ରହିଛନ୍ତି । ବ୍ରିଟେନର ପ୍ରସିଦ୍ଧ ୟୁଗୋଭ (ଣକ୍ଟଙ୍କଏକ୍ଟଙ୍ଖ) ଡାଟା ଆନାଲିସିସ୍ ଫର୍ମ ୨୦୨୧ ବର୍ଷ ଉପରେ ଆଧାର କରି ଏହି ସର୍ଭେ କରାଯାଇଛି । ଏହି ସର୍ଭେରେ ଏହା ମଧ୍ୟ ପ୍ରକାଶ ପାଇଛି ଯେ ଯଦି ଆମେ କେବଳ ଭାରତ କଥା କହିବା ତେବେ ସଚ୍ଚିନ, ପୂର୍ବତନ ଭାରତୀୟ କ୍ରିକେଟ୍ ଟିମ୍ ର ଅଧିନାୟକ ଏମଏସ ଧୋନିଙ୍କ ପଛରେ ରହିଛନ୍ତି । କିନ୍ତୁ ସେ ବିରାଟ କୋହଲିଙ୍କଠାରୁ ଆଗରେ ଅଛନ୍ତି ।

ସେହିପରି କ୍ରୀଡ଼ା କ୍ଷେତ୍ର ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ସବୁଠାରୁ ପ୍ରଶଂସନୀୟ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ଆଗରେ ରହିଛନ୍ତି । ଅନ୍ୟପଟେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା ଆଜିବି ଦୁନିଆର ସବୁଠାରୁ ଅଧିକ ପ୍ରଶଂସନୀୟ ବ୍ୟକ୍ତିତ୍ୱ ହୋଇ ରହିଛନ୍ତି । ଓବାମା ଏହି ତାଲିକାରେ ସର୍ବାଗ୍ରେ ରହିଛନ୍ତି । ମୋଦୀ ଏହି ତାଲିକାରେ ଟପ୍ ୧୦ରେ ଅଛନ୍ତି ସତ କିନ୍ତୁ ସେ ୮ ନମ୍ବରରେ ନିଜର ସ୍ଥାନ ତିଆରି କରିଛନ୍ତି । ବିଶ୍ୱର ସବୁଠାରୁ ପ୍ରଶଂସନୀୟ ବ୍ୟକ୍ତିତ୍ୱଙ୍କ ତାଲିକାରେ ପ୍ରଥମ ଭାରତୀୟ ଭାବରେ ନିଜର ସ୍ଥାନ ବନାଇଛନ୍ତି ।

କେବଳ କ୍ରୀଡ଼ା କ୍ଷେତ୍ରରେ ପର୍ତ୍ତୁମାଲ ଫୁଟବଲର୍ ଖେଳାଳୀ କ୍ରିଷ୍ଟିଆନୋ ରୋପାଲ୍ଡୋ ନମ୍ବର୧ ରେ ରହିଛନ୍ତି । ଏହାପରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଅଷ୍ଟ୍ରେଲିୟାନ୍ ଖେଳାଳୀ ଲିଓନଲ୍ ମେସ. ତୃତୀୟ ସ୍ଥାନରେ ରହିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟ୍ ଖେଳାଳୀ ସଚ୍ଚିନ ତେନ୍ଦୁଲକର୍, ଚତୁର୍ଥରେ ରହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ତଥା ପୂର୍ବତନ କ୍ରିକେଟ୍ ଖେଳାଳୀ ଇମ୍ରାନ୍ ଖାନ୍ ଓ ୫ ନମ୍ବରରେ ରହିଛନ୍ତି ଭାରତୀୟ କ୍ରିିକେଟ୍ ଟିମ୍ ର ଅଧିନାୟକ ବିରାଟ କୋହଲୀ ।

ସୂଚନାଯୋଗ୍ୟ, ଇଣ୍ଟରନେଟ୍ ଆଧାରିତ ମାର୍କେଟ ରିସର୍ଚ୍ଚ ଓ ତଥ୍ୟ ବିଶ୍ଲେଷଣ କମ୍ପାନି ୟୁଗୋଭ ପକ୍ଷରୁ ଏହି ସର୍ଭେ କରାଯାଇଥିଲା । ପ୍ରତିବର୍ଷ ଏହି ସର୍ଭେ କରାଯାଇଥାଏ । ଏହି ୟୁଗୋଭ ହେଉଛି ବ୍ରିଟେନ୍ ର ଅନ୍ତର୍ଜାତୀୟ ଇଣ୍ଟରନେଟ୍ ଆଧାରିତ ମାର୍କେଟ-ରିସର୍ଚ୍ଚ ଓ ତଥ୍ୟ ବିଶ୍ଲେଷଣ ଫର୍ମ । ଯାହା ୟୁରୋପ, ଆମେରିକା, ମଧ୍ୟ ଏସିଆ ଓ ଏସିଆ ପ୍ରଶାନ୍ତ ଦେଶ ଗୁଡ଼ିକ ପାଇଁ କାମ କରିଥାଏ । ଏହି ସର୍ଭେ ଦୁନିଆର ୩୮ଟି ଦେଶର ୪୨ହଜାର ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ନେଇ କରାଯାଇଥିଲା ।

Get real time updates directly on you device, subscribe now.