fbpx

ଆଖି ବୁଜିଲେ ଗ୍ରୁପ୍ କ୍ୟାପଟେନ୍ ବରୁଣ ସିଂହ

ନୂଆଦିଲ୍ଲୀ: ହେଲିକପ୍ଟର ଦୁର୍ଘଟଣାରେ ଆହତ ହୋଇଥିବା ବରୁଣ ସିଂହଙ୍କ ପରଲୋକ ହୋଇଯାଇଛି । ତାମିଲନାଡ଼ୁର କୁନ୍ନୁରରେ ହୋଇଥିବା ହେଲିକପ୍ଟର ଦୁର୍ଘଟଣାରେ ଏକମାତ୍ର ଜୀବିତ ଥିବା ବରୁଣ ସିଂହଙ୍କ ଆଜି ଦେହାନ୍ତ ହୋଇଯାଇଛି । ସେ ଆହତ ଅବସ୍ଥାରେ ଚିକିତ୍ସିତ ଅବସ୍ଥାରେ ଥିଲେ । ସେ ବେଙ୍ଗାଲୁରୁର କମାଣ୍ଡ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଥିଲେ । ହେଲେ ଆଜି ସେ ଆଖି ବୁଜିଛନ୍ତି । ଏନେଇ ଟୁଇଟ୍ କରି ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି । ଜେନେରାଲ୍ ବିପିନ୍ ରାୱତଙ୍କ ପରିବାର ସହିତ ଥିଲେ ଗ୍ରୁପ୍ କ୍ୟାପଟେନ୍ ବରୁଣ ସିଂହ । ତେବେ କୁନ୍ନୁରରେ ହୋଇଥିବା ଏହି କ୍ରାସ୍ ରେ ସିଡିଏସ୍ ବିପିନ୍ ରାୱତଙ୍କ ସହିତ ୧୩ ଜଣଙ୍କର ଘଟଣା ଦିନ ହିଁ ମୃତ୍ୟୁ ହୋଇଯାଇଥିଲା । ଏକାମାତ୍ର ବରୁଣ ସିଂହ ହିଁ ଆହତ ଅବସ୍ଥାରେ ଚିହ୍ନଟ ହୋଇଥିଲେ ।

 

Get real time updates directly on you device, subscribe now.