fbpx

ପାଣ୍ଡୋରା ପେପର୍ସ ଲିକ୍ ମାମଲାରେ ଫସିଲେ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର

AAKASH

ପାଣ୍ଡୋରା ପେପର୍ସରେ ଲିକକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ, ଏଥିରେ ଅନେକ ନାମୀଦାମୀ ବ୍ୟକ୍ତି ଏବଂ ପ୍ରଭାବଶାଳୀ ବ୍ୟକ୍ତିଙ୍କ ନାମ ଥିବା କୁହାଯାଉଛି । ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଆଉ ଏକ ତଥ୍ୟ । କ୍ରିକେଟ ର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ନାଁ ପାଣ୍ଡୋରା ପେପର୍ସରେ ପ୍ରକାଶ ପାଇବା କଥା ସାମ୍ନାକୁ ଆସିଛି । ଏହି ପାଣ୍ଡୋରା ପେପର୍ସରେ ଭାରତ ସମେତ ୯୧ ଟି ଦେଶର ୱାର୍ଲ୍ଡ ଲିଡର, ରାଜନେତା, ପ୍ରମୁଖ ଅଫିସର ତଥା ଦେଶର ମାନ୍ୟଗଣ୍ୟ ଲୋକଙ୍କ ନାଁ ରହିଛି ।

ପ୍ରାୟ ୧୨ ମିଲିୟନ ଦସ୍ତାବିଜକୁ ତଦନ୍ତ କରି ବିଶ୍ୱର ବିଭିନ୍ନ ଦେଶରେ ହେଉଥିବା ମନି ଲଣ୍ଡରିଂ, ଟାକ୍ସ ଚୋରୀ, ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଭଳି କାରବାରର ପର୍ଦ୍ଦାଫାସ କରୁଥିଲା । ତେବେ ଏହି ପେପରରେ ବିଶ୍ୱର ଅନେକ ଧନି ଲୋକଙ୍କ ନାଁ ମଧ୍ୟ ରହିଛି । ୧୧୭ ଟି ଦେଶର ୬ ଶହରୁ ଅଧିକ ସାମ୍ବାଦିକ ଏବଂ ୧୪୦ ଟି ମିଡିଆ ଅର୍ଗାନାଇଜେସନ ଏହାକୁ ପ୍ରସ୍ତୁତ କରିଛନ୍ତି । ଏହି ଖୁଲାସା ଇଣ୍ଟର ନ୍ୟାସନାଲ କନସରଟିଅମ ଅଫ ଇନଭେଷ୍ଟିଗେଟିଭ ଜର୍ଣ୍ଣାଲିଜମ କରିଛି ।

ତେବେ ଭାରତରୁ ସଚିନ ତେନ୍ଦୁଲକର ଏବଂ ପାକିସ୍ତାନର ଇମ୍ରାନ ଖାନଙ୍କ ନାଁ ମଧ୍ୟ ସାମ୍ନାକୁ ଆସିଛି । ଏମିତିକି ଏକ ଜାତୀୟ ଗଣ ମାଧ୍ୟମ ଆଧାରରେ ଭାରତରେ ଏକ ବୃହତ କମ୍ପାନୀର ମାଲିକଙ୍କ ନାଁ ବି ଏଥିରେ ସାମିଲ ଅଛି । ତେଣୁ ଏହା ଉପରେ ଭାରତ ସରକାର ଆଗକୁ କଣ ପଦକ୍ଷେପ ନେଉଛନ୍ତି ଏବେ ତାକୁ ହିଁ ଅପେକ୍ଷା ।

 

Get real time updates directly on you device, subscribe now.