fbpx
BSKY
BJD YOUTH SKY
BJD MS SKY

ବଢିଲା ଶାହରୁଖଙ୍କ ପୁଅ ଆର୍ଯ୍ୟନର ଅଡୁଆ: ଅନ୍ତର୍ଜାତୀୟ ଡ୍ରଗ୍ସ ଚୋରାଚାଲାଣ ନେଇ ମିଳିଲା ପ୍ରମାଣ; ମନ୍ନତରେ ହେବ ଏନସିବି ରେଡ୍

ମୁମ୍ବାଇ: ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ପାଇଁ ଅଡୁଆ ଦିନକୁ ଦିନ ବଢିବାରେ ଲାଗିଛି । ଆର୍ଯ୍ୟନ ଅନ୍ତର୍ଜାତୀୟ ଡ୍ରଗ୍ସ ଚୋରାଚାଲାଣରେ ଲିପ୍ତ ଥିବା ନେଇ ପ୍ରମାଣ ମିଳିଥିବା କହିଛି ଏନସିବି । ଏହା ସହତ ଏନସିବି ପକ୍ଷରୁ ଆର୍ଯ୍ୟନଙ୍କ ୭ ଦିନିଆ ରିମାଣ୍ଡର ଦାବି କରାଯାଇଛି । ଆସନ୍ତା ଅକ୍ଟୋବର ୧୧ ଯାଏଁ ଆର୍ଯ୍ୟନଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିଛି ଏନସିବି । ଆର୍ଯ୍ୟନଙ୍କ ଫୋନରୁ ଅନ୍ତର୍ଜାତୀୟ ଡ୍ରଗ୍ସ ଚୋରାଚାଲାଣ ସମ୍ପର୍କିତ ପ୍ରମାଣ ମିଳିଥିବା ଏନସିବି ପକ୍ଷରୁ କୁହାଯାଇଛି । ଆର୍ଯ୍ୟନଙ୍କ ଫୋନରୁ ମିଳିଥିବା ଫଟୋ ଏବଂ ଚାଟ ଏସବୁ ପ୍ରମାଣ କରିବା ପାଇଁ ଯଥେଷ୍ଟ ବୋଲି ଏନସିବି ପକ୍ଷରୁ ଦାଖଲ କରାଯାଇଥିବା ରିମାଣ୍ଡ କପିରେ ଉଲ୍ଲେଖ କରାଯାଇଛି ।
ସମୁଦ୍ର ମଝିରେ ଡ୍ରଗ୍ସ ପାର୍ଟି କରୁଥିବା ବେଳେ ଶାହରୁଖଙ୍କ ପୁଅ ଆର୍ଯ୍ୟନ ଏନସିବି ଦ୍ୱାରା ଗିରଫ ହୋଇଥିଲା । କୋର୍ଟ ଦିନିକିଆ ରିମାଣ୍ଡରେ ପଠାଇଥିବା ବେଳେ ଆର୍ଯ୍ୟନ ୪ ବର୍ଷ ହେବ ଡ୍ରଗ୍ସ ସେବନ କରୁଥିବା ସ୍ୱୀକାର କରିଥିଲେ । ଏହି କାରଣରୁ ଶାହରୁଖଙ୍କ ବାସଭବନ ମନ୍ନତରେ ଏନସିବି ପକ୍ଷରୁ ରେଡ କରାଯିବାର ସମ୍ଭାବନା ରହିଥିବା କୁହାଯାଉଛି । ଶ୍ରେୟସ୍ ନାୟାର ନାମକ ଜଣେ ଡ୍ରଗ ଡିଲର ଆର୍ଯ୍ୟନ ଓ ତାଙ୍କ ସାଙ୍ଗ ଅରବାଜ ଖାନଙ୍କୁ ଡ୍ରଗ୍ସ ବିକିଥିବା ମୋବାଇଲ ଚାଟରୁ ଜଣାପଡିଥିଲା ।

Get real time updates directly on you device, subscribe now.