fbpx

ଶୀତଦିନ ପାଇଁ ଆସିଲା କରୋନା ଗାଇଡଲାଇନ୍

AAKASH

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିଲେ ବି ସଙ୍କଟ ସମ୍ପୂର୍ଣ୍ଣ ଦୂରେଇ ଯାଇନି । ଏଥିପାଇଁ ଟିକାକରଣ ସହିତ କିଛି କଟକଣାକୁ କଡ଼ାକଡ଼ି ପାଳନ କରାଯାଉଛି । ଏହାରି ମଧ୍ୟରେ ଶୀଜଦିନ ପାଇଁ କରୋନା ଗାଇଡଲାଇନ୍ ଜାରି କରିଛି ବିଏମସି । ବିଏମସିର ଗାଇଡଲାଇନ୍ ମୁତାବକ, ବିବାହ ଓ ବ୍ରତଘରରେ ସର୍ବାଧିକ ୫୦ ଜଣ ସାମିଲ ହୋଇପାରିବେ । ସଂକ୍ରମଣ କମ୍ କରିବାକୁ କଟକଣା ଆହୁରି କଡ଼ାକଡ଼ି କରିଛି ବିଏମସି । ଏହି ସହ ଶୁଦ୍ଧିକ୍ରିୟାରେ ମଧ୍ୟ ସାମିଲ ହୋଇପାରିବେନି ୫୦ରୁ ଅଧିକ ଲୋକ ।

ଲୋକସଂଖ୍ୟା ୫୦ରେ ସୀମିତ ରଖିବାକୁ ଆୟୋଜକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ ଲକ୍ଷଣ ଥିଲେ ବିବାହରେ ଯୋଗଦେବା ଉପରେ କଟକଣା ଲଗାଯାଇଛି । ବିବାହ, ବ୍ରତଘର ଆୟୋଜନ ପୂର୍ବରୁ ବିଏମସିର ଅନୁମତି ନେବା ଜରୁରୀ । କଟକଣା ଉଲ୍ଲଘଂନ କଲେ ଜୋରିମାନା ଲଗାଇବ ବିଏମସି ।

Get real time updates directly on you device, subscribe now.