fbpx
BJD
BJD SKY
BJD SKY

କ୍ରୀଡ଼ା ଜଗତରୁ ଦୁଃଖଦ ଖବର: ପ୍ରାଣ ହରାଇଲେ ଏହି ୩୬ ବର୍ଷୀୟ ଖେଳାଳି

ନୂଆଦିଲ୍ଲୀ: କ୍ରୀଡ଼ା ଜଗତରୁ ଏକ ଦୁଃଖଦ ଖବର ଏବେ ସାମନାକୁ ଆସିଛି । ୩୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଜଣେ ବିଶିଷ୍ଟ ଖେଳାଳି । ଏତେ କମ୍ ବୟସରେ ଜଣେ କ୍ରୀଡ଼ାବିତଙ୍କ ମୃତ୍ୟୁକୁ କେହି ସଜରେ ଗ୍ରହଣ କରିପାରି ନଥିବା ବେଳେ ପ୍ୟାନ୍ସମାନେଙ୍କୁ ଲାଗିଛି ଏକ ଶକ୍ତ ଝଟକା । ତେବେ ଏହି ଖେଳାଳି ଜଣକ ହେଉଛନ୍ତି WWEର ପୂର୍ବତନ ହେଭିୱେଟ ଚମ୍ପିଆନ୍ ବ୍ରେ ୱାୟଟ୍ । WWEର ଅନ୍ୟ ଷ୍ଟାର ଖେଳାଳି ଟ୍ରିପଲ ଏଚ୍ ୱାୟଟଙ୍କ ମୃତ୍ୟୁ ନେଇ ସୂଚନା ଦେଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ, WWEର ଖତରନାକ ରେସଲର ବ୍ରେ ୱାୟଟ ମାତ୍ର ୩୬ ବର୍ଷ ବୟସରେ ଆଖି ବୁଜିଛନ୍ତି । ଆମେରିକାର ଫ୍ଲୋରିଡ଼ାରେ ଜନ୍ମଗ୍ରହଣ କରିଥିବା ୱାୟଟଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରାଯାଇ ପାରିନାହିଁ । ତେବେ ଏ ନେଇ ଟ୍ରିପଲ ଏଚ୍ ନିଜ ଏକ୍ସ(ଟ୍ୱିଟର) ଆକାଉଣ୍ଟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବର୍ତ୍ତମାନ ମୋତେ ହଲ୍ ଅଫ୍ ଫେମର ମାଇକ ରୋତୁଣ୍ଡା ଫୋନ୍ କରିଥିଲେ । ୱିଣ୍ଡମ ରୋତୁଣ୍ଡା(ବ୍ରେ ୱାୟଟ)ଙ୍କର ନିଧନ ଘଟିଥିବା ନେଇ ମାଇକ ସୂଚନା ଦେଇଛନ୍ତି । ତାଙ୍କ ପରିବାରକୁ ମଧ୍ୟ ସମବେଦନା ଜଣାଇଛନ୍ତି ଟ୍ରିପଲଏଚ୍ ।

Windham Rotunda, WWE Wrestler Known as Bray Wyatt, Dies at 36 - TheWrap

ତେବେ ରିପୋର୍ଟ ଅନୁସାରେ, ବ୍ରେ ୱାୟଟ ହୃଦଘାତ ସମସ୍ୟାରେ ପ୍ରାଣ ହରାଇଛନ୍ତି । ଚଳିତବର୍ଷ ପ୍ରଥମରୁ ସେ କରୋନାରେ ଆକ୍ରାନ୍ତ ମଧ୍ୟ ହୋଇଥିଲେ । ଏଥିରୁ ତାଙ୍କର ହୃଦଘାତ ସମସ୍ୟା ଆହୁରି ବଢି ଯାଇଥିଲା । ତେଣୁ ଅଚାନକ ହାର୍ଟ-ଆଟାକର ଶିକାର ହୋଇ ସେ ପ୍ରାଣ ହରାଇଛନ୍ତି । ୨୦୦୯ ମସିହାରେ ଫ୍ଲୋରିଡା ଚମ୍ପିଆନସିପ ରେସଲିଙ୍ଗରେ ବ୍ରେ ୱାୟଟ ଡେବ୍ୟୁ କରିଥିଲେ । କିନ୍ତୁ ମାତ୍ର ୩୬ ବର୍ଷ ବୟସରେ ସେ ଆଜି ଦେହତ୍ୟାଗ କରିଛନ୍ତି ।

Get real time updates directly on you device, subscribe now.