fbpx

ସୁସ୍ଥ ଭବିଷ୍ୟତ ପାଇଁ ଖାଦ୍ୟ ସୁରକ୍ଷା କରନ୍ତୁ, ଜାଣନ୍ତୁ ସ୍ୱତନ୍ତ୍ର ଦିବସର ଅନୁଚିନ୍ତା…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆମ ଦେଶରେ ପ୍ରତି ବର୍ଷ ଦୂଷିତ ଖାଦ୍ୟ ବା ବ୍ୟାକ୍ଟେରିଆଯୁକ୍ତ ଖାଦ୍ୟ ପାଇଁ ପ୍ରତି ୧୦ଜଣଙ୍କ ମଧ୍ୟରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେଉଛି। ଏହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟରେ ଦର୍ଶାଯାଇଛି ଏବଂ ବିଶ୍ୱସ୍ତରରେ ଚିନ୍ତା ପ୍ରକାଶ ପାଇଛି । ତେଣୁ ଖାଦ୍ୟ ସୁରକ୍ଷା ପାଇଁ ସବୁସ୍ତରରେ ଉଦ୍ୟମ କରିବାକୁ କୁହାଯାଉଛି । ଏଭଳି ମହତ୍ତ୍ୱ ଲକ୍ଷ୍ୟ ନେଇ ପ୍ରତିବର୍ଷ ଜୁନ ୭ ଅର୍ଥାତ ଆଜି ପାଳନ କରାଯାଉଛି ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ । ଚଳିତ ବର୍ଷ ଏହି ଦିବସ ପାଇଁ ରହିଛି ଏକ ସ୍ୱତନ୍ତ୍ର ଆହ୍ୱାନ । ‘ସେଭ୍ ଫୁଡ୍ ଟୁଡେ ଫର ହେଲଦି ଟୁମାରୋ’ ଅର୍ଥାତ୍ ସୁସ୍ଥ ଭବିଷ୍ୟତ ପାଇଁ ଆଜିଠାରୁ ହିଁ ଖାଦ୍ୟ ସୁରକ୍ଷା କରିବାକୁ ଆହ୍ୱାନ ଦିଆଯାଇଛି ।

କଣ ଏହି ଖାଦ୍ୟ ସୁରକ୍ଷା ଦିବସ:

ଆମ ଦେଶରେ ଅନେକ ଲୋକ ଆଜି ବି ଦୁଇ ଓଳି ଦୁଇ ମୁଠା ଖାଦ୍ୟ ପାଇଁ ଡହଳବିକଳ ହେଉଛନ୍ତି । ଏପରିକି ଭୋକ ବିକଳରେ ଏଣେ ତେଣେ ପଡ଼ିଥିବା ପରିତ୍ୟକ୍ତ ଖାଦ୍ୟକୁ ଗୋଟାଇ ଖାଉଥିବା ମଧ୍ୟ ଦେଖିବାକୁ ମିଳୁଛି । ଏହା ଗୁରୁତ୍ୱର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବା ସହ ସାମାଜିକ ଶୃଙ୍ଖଳ ରକ୍ଷା କରିପାରୁନି । ତେବେ ଆମ ଦେଶରେ କେବଳ ସୀମିତ ହୋଇ ରହିନାହିଁ ଏଭଳି ଭୋକର ବିକଳ ଚିତ୍ର । ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ଏଭଳି ଖାଦ୍ୟ ପାଇଁ ଚିନ୍ତା ରହିଛି ଓ ଭୋକ ବିକଳର କରୁଣ ଦୃଶ୍ୟ ଦେଖାଯାଉଛି ।

କୁହାଯାଏ ସ୍ୱାସ୍ଥ୍ୟ ହିଁ ସମ୍ପଦ । ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଉତ୍ତମ ଖାଦ୍ୟ ନିତ୍ୟାନ୍ତ ଆବଶ୍ୟକ ।  କାରଣ କିଛି ବର୍ଷ ପୂର୍ବରୁ ଖବରକାଗଜରେ ଭୋକର ଏକ ବିକଳ ଚିତ୍ର ଦେଖିବାକୁ ମିଳିଥିଲା । ଫଟୋଟି ଥିଲା ସୁଦାନର । ଯାହାକୁ ଦକ୍ଷିଣ ଆଫ୍ରିକାର ଫଟୋଗ୍ରାଫର୍ ଉତ୍ତୋଳନ କରିଥିଲେ । ତେବେ ବାହାର ଦେଶ କଥା ଛାଡ଼ନ୍ତୁ ଆମ ଦେଶ ତଥା ରାଜ୍ୟରେ ମଧ୍ୟ ଏଭଳି ଅନେକ ଚିତ୍ର ଦେଖିବାକୁ ମିଳିଛି । ନଗଡ଼ାରୁ ଆରମ୍ଭ କରି କୋଇଡ଼ା ଓ ବୁଗୁଡ଼ା ପର୍ଯ୍ୟନ୍ତ ସବୁଠି ଦେଖିବାକୁ ମିଳିଛି ଅନ୍ନ ମୁଠେ ପାଇଁ ହା-ହା କାରର ଚିକ୍ରାର । ନିକଟରେ ଆମେ ଦେଖିଥିବା ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବସଷ୍ଟାଣ୍ଡର ଦୃଶ୍ୟ ସାରା ରାଜ୍ୟକୁ ଥରାଇ ଦେଇଛି । ପଡ଼ିଥିବା ଖାଦ୍ୟକୁ   ଜଣେ ବ୍ୟକ୍ତି ଗୋଟାଇ ଖାଉଥିବାର ଚିତ୍ର ଯିଏ ଦେଖିଛି, ସେ ନିଶ୍ଚିତ ଭାବେ ଖାଦ୍ୟର ମୂଲ୍ୟ ବୁଝିପାରିଥିବେ ବୋଲି କୁହାଯାଇପାରିବ ।

ଅନ୍ୟପଟେ ସାରା ବିଶ୍ୱରେ ଖାଦ୍ୟ ସୁରକ୍ଷାକୁ ନେଇ ତଥା ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ପାଳନ କରାଯାଉଛି ସ୍ୱତନ୍ତ୍ର ଦିବସ । ତେବେ ୱାର୍ଲଡ୍ ଫୁଡ୍ ସେଫଟି ଡେ ବା ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ପାଳିବାର ଆବଶ୍ୟକ ପଡ଼ିଲା କାହିଁକି? କେବେଠୁ ଏହା ପାଳନ କରାଗଲା ଏବଂ ଏହାର ଉଦ୍ଦେଶ୍ୟ କଣ?

ପ୍ରତ୍ୟେକ ଦିନ ଲୋକେ ବହୁତ ପ୍ରକାରର ଖାଦ୍ୟ ଖାଇଥାନ୍ତି । ତେବେ ମଣିଷ ଖାଉଥିବା ଖାଦ୍ୟଗୁଡିକ ସ୍ୱାସ୍ଥ୍ୟ ପାଇଁ ଉପଯୋଗୀକି ନୁହଁ । ଏହାର ଉତ୍ପାଦନ, ମାନକ, ପ୍ରକାର, ପ୍ରସ୍ତୁତିକରଣ ଆଦିର ମାନ ଯାଞ୍ଚ କରିବା ଆବଶ୍ୟକ । କାରଣ ଆମ ଦେଶରେ ଖାଦ୍ୟରେ ବିଷକ୍ରିୟା ଯୋଗୁଁ ଅନେକ ଲୋକ ଜୀବନ ହରାଉଛନ୍ତି । ତେବେ ଏନେଇ ଖାଦ୍ୟ ସୁରକ୍ଷା ଦ୍ୱାରା ବାରମ୍ବାର ଚେତାଇ ଦିଆଯାଉଛି । ତେବେ ଲୋକଙ୍କୁ ଜାଗ୍ରତ କରିବାର ଉଦ୍ଦେଶ୍ୟ ନେଇ ପାଳନ କରାଯାଉଛି ଖାଦ୍ୟ ସୁରକ୍ଷା ଦିବସ । ଅନେକ ସମୟରେ ଶିଶୁଙ୍କ ଠାରେ ପୁଷ୍ଟିହୀନତା ଦେଖିବାକୁ ମିଳୁଛି, ଫଳରେ  ଶରୀର ବିକଳାଙ୍ଗ ଭଳି ଦେଖାଯାଉଛି । ଏସବୁ ହେଉଛି ନିମ୍ନମାନର ଖାଦ୍ୟ ବା ଅଦରକାରୀ ଖାଦ୍ୟର କୁପରିଣାମ । ପୃଥିବୀରେ ବସବାସ କରୁଥିବା ସମସ୍ତ ବ୍ୟକ୍ତିଙ୍କୁ ଉପଯୁକ୍ତ ଖାଦ୍ୟ ମିଳୁ, ଫଳରେ ସେମାନଙ୍କ ସ୍ୱାସ୍ଥ୍ୟଗତ ତ୍ରୁଟି ଦେଖାନଯାଉ, ଏହା ହିଁ ଦିବସ ପାଳନର ମୂଳ ଲକ୍ଷ୍ୟ । କିନ୍ତୁ ସମ୍ପ୍ରତି ଆମ ଦେଶରେ ଅଧିକାଂଶ ଲୋକ ଅତି ନିମ୍ନମାନର ଖାଦ୍ୟ ଗ୍ରହଣ କରିବା ଫଳରେ  ବିଭିନ୍ନ ପ୍ରକାର ରୋଗର ଶୀକାର ହେଉଛନ୍ତି ଓ ତାହା ସାମାଜିକ ଚିନ୍ତାର କାରଣ ମଧ୍ୟ ପାଲଟୁଛି ।

WFSD21 #OdishaBhaskar

ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସର ଇତିହାସ:

ଆମ ଦେଶରେ ସ୍ୱାସ୍ଥ୍ୟ ସମସ୍ୟାଜନିତ ରୋଗ ପ୍ରାୟ ୬୦କୋଟି ପାର କରିଥିବା ବେଳେ ସେଥିମଧ୍ୟରୁ ୩୦ ଲକ୍ଷ ଲୋକ ଏହା ଯୋଗୁଁ ପ୍ରାଣ ହରାଇ ସାରିଲେଣି । ତେବେ ଏଥିପାଇଁ ହେଉଥିବା ମୃତ୍ୟୁକୁ କମ୍ କରିବାକୁ ହେଲେ ପ୍ରଥମେ ଖାଦ୍ୟର ମାନ ଉପରେ ଧ୍ୟାନ ଦିଆଯିବା ଆବଶ୍ୟକ । ଆମକୁ ସୁସ୍ଥ ରହିବାକୁ ହେଲେ ବର୍ତ୍ତମାନର ଉତ୍ତମ ଖାଦ୍ୟ ଗ୍ରହଣ ନିହାତି ଆବଶ୍ୟକ ।

ସୂଚନାଯୋଗ୍ୟ ଯେ ୨୦୧୮ରେ ପ୍ରଥମ ଥର ପାଇଁ ସଂଯୁକ୍ତ ରାଷ୍ଟ୍ର ମହାସଭା ଦ୍ୱାରା ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ପାଳିବା ନେଇ ଘୋଷଣା କରାଯାଇଥିଲା । ସେବେଠାରୁ ପ୍ରତି ବର୍ଷ ଜୁନ ୭କୁ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ରୂପେ ପାଳନ କରାଯାଉଛି । କିନ୍ତୁ କରୋନା ମହାମାରୀ ଯୋଗୁଁ ପୂର୍ବ ବର୍ଷ ଏହାକୁ ଭର୍ଚୁଆଲ୍ ପ୍ଲାଟଫର୍ମ ଜରିଆରେ ପାଳନ କରାଯାଇଥିଲା । ଚଳିତ ବର୍ଷ ମଧ୍ୟ ସେହି ସମାନ ଭାବେ ପାଳନ କରାଯିବ । ତେବେ ଭାରତ ହେଉଛି ପ୍ରଥମ ଦେଶ ଯିଏକି ମିଳିତ ଜାତିସଂଘ ପକ୍ଷରୁ ନିର୍ଦ୍ଦେଶିତ ଗାଇଡ ଲାଇନ୍ ଅନୁସାରେ ଖାଦ୍ୟ ସୁରକ୍ଷାକୁ ବିକଶିତ କରିଛି ।

World Food Safety Day 2021 #OdishaBhaskar

ଅନ୍ୟପଟେ ଖାଦ୍ୟର ଅଭାବ ମଧ୍ୟ ଏକ ବଡ଼ ସମସ୍ୟା । ଅନେକ ଲୋକ ଖାଦ୍ୟ ପାଇଁ ଛଟପଟ ହେଉଛନ୍ତି । ଏଭଳି ସ୍ଥିତିରେ କେତେକ ଲୋକେ ବିଭିନ୍ନ ପାର୍ଟି, ଉତ୍ସବ, ଭୋଜି ଆଦିରୁ ବଳକା ଖାଦ୍ୟକୁ ଫିଙ୍ଗି ଦେଉଛନ୍ତି । ସେପଟେ ଲୋକେ ଉପାସ ଥିବା ବେଳେ ଏପଟେ ଲୋକ ଏହାକୁ ନଷ୍ଟ କରୁଛନ୍ତି । ତେବେ ବଳକା ଖାଦ୍ୟକୁ ଅନାହାର ନିକଟରେ ପହଞ୍ଚାଇବା ପାଇଁ ପ୍ରୟାସ କରିବା ଦରକାର । ଏଥିପାଇଁ ଅନେକ ସ୍ୱେଚ୍ଛାସେବୀ ସଂସ୍ଥା ମଧ୍ୟ କାମ କରୁଛନ୍ତି । ଏଭଳି ହେଲେ ଖାଦ୍ୟ ଅପଚୟ ନିହାତି ଭାବେ ଅନେକାଂଶରେ କମି ପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ କୁହାଯାଉଛି ।

Get real time updates directly on you device, subscribe now.