fbpx

ଅଗଷ୍ଟ ୪ରୁ ଆରମ୍ଭ ହୋଇସାରିଛି ସାହାରା ରିଫଣ୍ଡ : ଜାଣନ୍ତୁ ବାକି ଲୋକମାନେ କେବେ ଫେରସ୍ତ ପାଇବେ ଟଙ୍କା

AAKASH

ନୂଆଦିଲ୍ଲୀ : ଗତ ଜୁଲାଇରେ ସରକାର ଲୋକମାନଙ୍କୁ ଆଶ୍ୱସ୍ତି ଦେଇ ଘୋଷଣା କରିଥିଲେ ଯେଉଁମାନେ ସାହାରା ଇଣ୍ଡିଆରେ ନିଜ ଅର୍ଜିତ ଟଙ୍କା ଲଗାଇଥିଲେ ସେମାନଙ୍କୁ ଟଙ୍କା ଫେର।ଇବେ । ଏଥିନିମନ୍ତେ ସିଆରସିଏସ ଲଞ୍ଚ ହୋଇଥିଲା । ଏହାଦ୍ୱାରା ଚାରିଟି ସୋସାଇଟିର ନିବେଶକଙ୍କ ଟଙ୍କା ଫେରସ୍ତ କରିବାର ପ୍ରକ୍ରିୟା ଆରମ୍ଭ ହୋଇଥିଲା ।
୪ ଅଗଷ୍ଟ ୨୦୨୩ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଇନଭେଷ୍ଟରଙ୍କ ଖାତାରେ କ୍ଲେମ ଆମାଉଣ୍ଟ ଟ୍ରାନ୍ସଫର କରିଥିଲେ । ସାହାରା ପୋର୍ଟାଲ ଦ୍ୱାରା ନିବେଶକ ଆବେଦନ କରିବାର ୪୫ ଦିନ ମଧ୍ୟରେ ସେମାନଙ୍କୁ ଟଙ୍କା ପଠା ଯାଇଥିଲା ।
ଅମିତ ଶାହା ୪ ଅଗଷ୍ଟରେ ରିଫଣ୍ଡ ଟଙ୍କା ଠାଇଥିଲେ ଏବଂ ଏହି ପ୍ରକ୍ରିୟା ଏ ପର୍ଯ୍ୟନ୍ତ ଜାରି ରହିଛି । ଏହି ପୋର୍ଟାଲରେ ୧୮ ହଜାରରୁ ଅଧିକ ଲୋକ ରେଜିଷ୍ଟର କରିସାରିଛନ୍ତି । ପ୍ରଥମେ କେବଳ ଚାରିଟି ସୋସାଇଟିରେ ନିବେଶ କରିଥିବା ଲୋକମାନଙ୍କୁ ଟଙ୍କା ଫେରସ୍ତ କରାଯାଉଛି । ଏହି ୪ ଟି ସୋସାଇଟିରେ ସାହାରା କ୍ରେଡିଟ କୋଅପରେଟିଭ ସୋସାଇଟି, ସାହାରା ୟୁନିଭରସାଲ ମଲଟିପ୍ରପୋଜ ସୋସାଇଟି, ହମାରା ଇଣ୍ଡିଆ କୋଅପରେଟିଭ ସେସାଇଟି, ଷ୍ଟାର ମଲଟିପଲ କୋଅପରେଟିଭ ସୋସାଇଟି ସାମିଲ ଅଛି ।
ଏହି ୪ ଟି ସୋସାଇଟିରେ ଯେଉଁମାନେ ନିବେଶ କରିଥିଲେ ସେମାନେ ଏବେ ଟଙ୍କା ଫେରସ୍ତ ପାଇବେ । କେନ୍ଦ୍ର ସରକାରଙ୍କ ଦ୍ୱାରା ଲଞ୍ଚ କରାଯାଇଥିବା ପୋର୍ଟାଲରେ ଲୋକମାନେ ନିଜେ ରେଜିଷ୍ଟର କରିପାରିବେ । ଏହା ପରେ ଭେରିଫିକେସନ କରାଯିବ । ତା ପରେ ସେମାନେ ଟଙ୍କା ପାଇବେ । ଟଙ୍କା ଫେରସ୍ତ ପାଇବାକୁ ୪୫ ଦିନର ସମୟ ଲାଗିବ । ଆବେଦନ କରିବା ପରେ ୩୦ ଦିନ ପର୍ଯ୍ୟନ୍ତ ଭେରିଫିକେସନ ହେବ । ଏହାପରେ ୧୫ ଦିନ ମଧ୍ୟରେ ନିବେଶକମାନଙ୍କୁ ମେସେଜ ଦ୍ୱାରା ସୂଚିତ କରାଯିବ ।
ତେବେ ସୂଚନା ଅନୁସାରେ ଅମିତ ଶାହା ୧୮ ଜୁଲାଇ ୨୦୨୩ରେ ଏହି ପୋର୍ଟାଲ ଲଞ୍ଚ କରିଥିଲେ । ଏହା ପରେ ୧୧୨ ଜଣ ନିବେଶକଙ୍କୁ ୧୦ ହଜାର ଟଙ୍କା ଲେଖାଏ ଫେରସ୍ତ କରାଯାଇଛି । ଯେଉଁମାନେ ପ୍ରଥମେ କ୍ଲେମ ଆମାଉଣ୍ଟର ରେଜିଷ୍ଟ୍ରେସନ କରିଥିଲେ ସେମାନଙ୍କୁ ଟଙ୍କା ଫେରାଯାଇଛି ।
ଆସନ୍ତୁ ଜାଣିବା କିପରି ଆବେଦନ କରିବେ
ପ୍ରଥମେ ରିଫଣ୍ଡ ପୋର୍ଟାଲକୁ ଯାଆନ୍ତୁ । ଏବେ ଜମାକର୍ତ୍ତା ପଞ୍ଜିକରଣରେ କ୍ଲିକ କରନ୍ତୁ । ଏହା ପରେ ନିଜ ଆଧାର ନମ୍ବରର ଶେଷ ୪ ଟି ନମ୍ବର ଲେଖନ୍ତୁ ଏହା ସହିତ ରେଜିଷ୍ଟର ହୋଇଥିବା ମୋବାଇଲ ନମ୍ବର ଦିଅନ୍ତୁ । ଏହା ପରେ କୋର୍ଡ ଉପରେ କ୍ଲିକ କରନ୍ତୁ । ଏହା ପରେ ଆପଣଙ୍କୁ ଏକ ଓଟିଟି ଆସିବ । ଏହି ଓଟିଟି ଦେବା ପରେ ପେଜ ଖୋଲି ଯିବ । ଏହା ପରେ ‘ଆଇ ଏଗ୍ରୀ’ରେ କ୍ଲିକ କରି ନିୟମ ଏବଂ ସର୍ତ୍ତ ଉପରେ ଆସେପ୍ଟ କରନ୍ତୁ । ନିଜର ୧୨ ଅଙ୍କ ବିଶିଷ୍ଟ ଆଧାର ନମ୍ବର ଦିଅନ୍ତୁ । ଏହାପରେ ଆଧାର ବିବରଣୀ ଦେଖିବାକୁ ମିଳିବ । ସବମିଟରେ କ୍ଲିକ କରନ୍ତୁ । ଅପସନରେ କ୍ଲିକ କରନ୍ତୁ । କ୍ଲେମ ଡିଟେଲ୍ସ ଭରିବା ପରେ ଫଟୋ ଲଗାନ୍ତୁ । ଏହା ପରେ ଅପଲୋଡ ଡକ୍ୟୁମେଣ୍ଟରେ କ୍ଲିକ କରି ନିଜର ପାନ କାର୍ଡ ଅପଲୋଡ କରନ୍ତୁ ।

 

Get real time updates directly on you device, subscribe now.