fbpx
BJD
BJD SKY
BJD SKY

ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା, ୧୫ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ଜାରି ରହିଛି । ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ୱିଟ୍ ରୁ ଏହି ସୂଚନା ମିଳିଛି । ବର୍ଷା ଓ ଘଡଘଡି ନେଇ ରାଜ୍ୟର ୧୫ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ଘଡ଼ଘଡ଼ି ଓ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଏହି ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେ଼ଙ୍କାନାଳ, କେନ୍ଦୁଝର, ମୟୁରଭଂଜ, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ବାଲେଶ୍ଵର, ଗଜପତି, ଓ ଗଞ୍ଜାମ।

ଗତକାଲି ଅର୍ଥାତ୍ ସୋମବାର ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ଘଡଘଡି ବିଜୁଳି ସାଙ୍ଗକୁ ବର୍ଷା ଲାଗି ରହିଥିଲା । ରାଜ୍ୟର ଅନ୍ୟ କିଛି ଉପକୂଳ ଅଞ୍ଚଳରେ ମଧ୍ୟ ଘଡଘଡି ସହ ବର୍ଷା ହୋଇଥିଲା । ତେବେ ଆଗକୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ କହିଛି ।

ଅନ୍ୟପକ୍ଷରେ ଚଳିତ ମୌସୁମୀ ଋତୁରେ, ଜୁନ୍ ୧ ତାରିଖରୁ ଅଗଷ୍ଟ ୨୨ ତାରିଖ ସୁଦ୍ଧା ରାଜ୍ୟରେ ୭୪୩ ଦଶମିକ ୮ ମିଲିମିଟର ବର୍ଷା ରେକର୍ଡ଼ ହୋଇଛି । ଏହି ସମୟ ମଧ୍ୟରେ ସ୍ୱାଭାବିକ୍ ବର୍ଷା ୮୨୨ ଦଶମିକ ୯ ମି.ମି ରହିଥାଏ । ଏହି ଅବଧି ମଧ୍ୟରେ ୧୧ଟି ଜିଲ୍ଲାରେ ନିଅଂଟିଆ, ଗୋଟିଏ ଜିଲ୍ଲାରେ ଅତ୍ୟଧିକ ଏବଂ ଅନ୍ୟ ୧୮ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ଼ ହୋଇଛି ।

Get real time updates directly on you device, subscribe now.