fbpx

ସାହିନବାଗ ବିକ୍ଷୋଭ, ରାସ୍ତା ଖୋଲିଲେ ପ୍ରଦର୍ଶନକାରୀ

ନୂଆଦିଲ୍ଲୀ, ୨୨ା୨: ଦିଲ୍ଲୀ ସ୍ଥିତ ସାହିନବାଗରେ ଦୀର୍ଘ ୭୦ଦିନରୁ ଉଦ୍ଧ୍ୱର୍ ବିକ୍ଷୋଭକାରୀମାନେ ନାଗରିକତା ସଂଶୋଧନ ଆଇନକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଆଜି ପ୍ରଦର୍ଶନକାରୀମାନେ ରାସ୍ତା ଖୋଲିଥିବା ସୂଚନା ମିଳିଛି । କାର ଓ ବାଇକ ଯିବା ପାଇଁ ରାସ୍ତା ଖୋଲାଯାଇଛି । ନୋଏଡ଼ା ଓ ପରିବହନ ଯିବା ରାସ୍ତା ଖାଲି କରିଛନ୍ତି ପ୍ରଦର୍ଶନକାରୀ ।

ଉଲ୍ଲେଖଯୋଗ୍ୟ ଯେ ଉଭୟ ଗୃହରେ ନାଗରିକତା ସଂଶୋଧନ ବିଲ ପାସ ହୋଇଥିଲା । ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୋହର ମାରିବା ପରେ ତାହା ଆଇନରେ ପରିଣତ ହୋଇଥିଲା । ଏହି ଆଇନକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ଦେଖାଦେଇଥିଲା ।

Get real time updates directly on you device, subscribe now.