fbpx

ବୁର୍ଖା ପିନ୍ଧି ଫିଲ୍ମ ଦେଖିବାକୁ ସିନେମା ହଲରେ ପହଞ୍ଚିଲେ ସାଇ ପଲ୍ଲବୀ, ସାମନାକୁ ଆସିଲା ଭିଡିଓ

ନୂଆଦିଲ୍ଲୀ: ସିନେମା ଦେଖିବାକୁ କେବଳ ସାଧାରଣ ଲୋକ ପାଗଳ ନୁହନ୍ତି ବରଂ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଥିବା ଅଭିନେତା ଓ ଅଭିନେତ୍ରୀ ମାନେ ମଧ୍ୟ ଖୁବ୍ ପସନ୍ଦ କରିଥାନ୍ତି । ଗୋଟିଏ ଫିଲ୍ମକୁ ଲୋକଙ୍କ ତରଫରୁ ମିଳୁଥିବା ଭଲ ପାଇବା ହିଁ ସେଲେବ୍ ମାନଙ୍କୁ ଫିଲ୍ମ ଆଡ଼କୁ ଆକର୍ଷିକ କରିଥାଏ । ତେବେ ସାଧାରଣ ଲୋକମାନଙ୍କ ପରି ସେଲିବ୍ରିଟି ମାନେ ଫିଲ୍ମ ଦେଖିବାକୁ ହଲ୍ କୁ ଯାଇପାରନ୍ତି ନାହିଁ । ଏଥିପାଇଁ ସେମାନଙ୍କୁ ବିଭିନ୍ନ ଉପାୟ ଆପଣାଇବାକୁ ପଡ଼େ ।

ସାଉଥ୍ ସିନେମାର ଚର୍ଚ୍ଚିତ ଅଭିନେତ୍ରୀ ସାଇ ପଲ୍ଲବୀ ନିଜର ହିଁ ଫିଲ୍ମ ଦେଖିବାକୁ ଥିଏଟର୍ ରେ ଯାଇ ପହଞ୍ଚିଥିଲେ । ତେବେ ଅଭିନେତ୍ରୀ ଭାବରେ ସିନେମା ହଲ୍ କୁ ତ ଯାଇପାରିବେନି ତେଣୁ ସେ ନିଜକୁ ବୁର୍ଖାରେ ଘୋଡ଼ାଇ ଫିଲ୍ମ ଦେଖିବାକୁ ଯାଇଥିଲେ । ସାଇ ପଲ୍ଲବୀ ନିଜର ନୂଆ ଫିଲ୍ମ “ଶ୍ୟାମ ସିଂଘା ରାୟ” ରେ ଦମଦାର୍ ଭୁମିକାରେ ନଜର ଆସିଛନ୍ତି ଓ ଫ୍ୟାନ୍ସ ମାନେ ତାଙ୍କ ଅଭିନୟକୁ ଖୁବ୍ ପସନ୍ଦ କରିଛନ୍ତି ମଧ୍ୟ । ଏହି ଫିଲ୍ମକୁ ହଲ୍ ରେ ଦେଖିବାକୁ ବୁର୍ଖା ପିନ୍ଧି ପହଞ୍ଚିଥିଲେ ପଲ୍ଲବୀ ।

 

View this post on Instagram

 

A post shared by @filmy_ka_adda

ସେ ଫ୍ୟାନ୍ସଙ୍କ ଗହଣରେ ସିନେମା ହଲ୍ ରେ ବସି ଫିଲ୍ମ ଦେଖିଥିଲେ । ଏହି ସମୟରେ ତାଙ୍କ ସହିତ ଫିଲ୍ମର ନିର୍ଦ୍ଦେଶକ ମଧ୍ୟ ଉପସ୍ଥିତ ରହିଥିଲେ । ଏହାର ଏକ ଭିଡିଓ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । କେହି ବି ଜାଣିପାରିଲେନି ଯେ, ସାଇ ପଲ୍ଲବୀ ଥିଏଟର୍ ଭିତରେ ବୁର୍ଖା ପିନ୍ଧି ବସିଛନ୍ତି ବୋଲି । ତେବେ ଏହି ଫିଲ୍ମରେ ପଲ୍ଲବୀ “ରୋଜି” ନାମକ ଏକ ଭୁମିକାରେ ନଜର ଆସିଛନ୍ତି ।

Get real time updates directly on you device, subscribe now.