fbpx

ଏପ୍ରିଲରୁ କମିଯିବ ଦରମା, ଦେଇପାରିବେନି ଇଏମଆଇ, ତୁରନ୍ତ ସରକାରଙ୍କ ଏହି ଯୋଜନା ବିଷୟରେ ଜାଣି ରଖନ୍ତୁ

AAKASH

ନୂଆଦିଲ୍ଲୀ, ୩୦ା୧୨: ନବବର୍ଷ ୨୦୨୧ର ଆଗମନ ପାଇଁ ଆଉ ମାତ୍ର ଗୋଟିଏ ଦିନ ବାକି ଅଛି । ସମସ୍ତେ ଏହି ଅବସରରେ ପାର୍ଟି, ପିକନିକ, ଜିରୋ ନାଇଟ, ନୂଆ ଡ୍ରେସ କିଣିବା ଆଦି କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି । ତେବେ ସୂଚନା ଅନୁଯାୟୀ, କେନ୍ଦ୍ର ସରକାର ଏଇ ସମୟରେ ଆପଣଙ୍କ ବେତନକୁ ନେଇ ଏକ ବଡ଼ ଧରଣର ନିଷ୍ପତ୍ତି ନେଇପାରନ୍ତି । ୨୦୨୧ ମସିହା ଏପ୍ରିଲ ମାସରୁ ସରକାର କ୍ଷତିପୂରଣ ନିୟମ କାର୍ଯ୍ୟକାରୀ କରିବାର ସମ୍ଭାବନା ରହିଛି । ଫଳସ୍ୱରୂପ କର୍ମଚାରୀମାନଙ୍କର ଦରମା ହ୍ରାସ ପାଇବ ।

ମନି କଣ୍ଟ୍ରୋଲ ସୂଚନା ଅନୁଯାୟୀ, କର୍ମଚାରୀଙ୍କୁ ପୂର୍ବରୁ ପ୍ରଦାନ କରାଯାଇଥିବା ଦେୟ ସରଞ୍ଚନାରେ ପରିବର୍ତ୍ତନ କରାଯିବ । ବର୍ତ୍ତମାନ ଅଧିକାଂଶ କମ୍ପାନୀର ବେସିକ ଦରମା ଅପେକ୍ଷା ଭତ୍ତା ଅଧିକ ରହିଛି । ଏହି କାରଣରୁ ସରକାରଙ୍କ ଏହି ନିୟମ ଫଳରେ ଘରୋଇ କ୍ଷେତ୍ରର କର୍ମଚାରୀ ବେଶୀ କ୍ଷତିଗ୍ରସ୍ତ ହେବେ ।

ଜଣାଯାଇଛି ଯେ, ୪୦ ପ୍ରତିଶତ ଦରମାଧାରୀ ଇଏମଆଇ ଦେଇଥାନ୍ତି । ମେଟ୍ରୋ ସହରରେ ରହୁଥିବା ଲୋକମାନେ ଘର, କାର ଓ ବ୍ୟକ୍ତିଗତ ଋଣ ନେଇ ନିଜର ଆବଶ୍ୟକତା ପୂରଣ କରିଥାନ୍ତି । କମ ଦରମା ପାଇବା କାରଣରୁ କର୍ମଚାରୀଙ୍କର ଘରର ଖର୍ଚ୍ଚ, ଇଏମଆଇ, ବିନିଯୋଗ ଆଦି ପ୍ରଭାବିତ ହେବ ।

Get real time updates directly on you device, subscribe now.