fbpx
BJD SKY
BJD SKY

ଶାଳୀକୁ ମାରିବା ପାଇଁ ଭିଣୋଇ ରଚିଥିଲା ଷଡ଼ଯନ୍ତ୍ର: ତଣ୍ଟି ଚିପିବା ପରେ ଫିଙ୍ଗିଦେଲା ୧୦୦ ଫୁଟ୍ ଗଭୀର କୂଅରେ

BJD

ରାଜସ୍ଥାନ ଅଲବରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଯେଉଁଠାରେ ଭିଣୋଇ ନିଜ ଶାଳୀକୁ ମାରିବା ପାଇଁ ରଚିଥିଲା ହତ୍ୟା ଷଡ଼ଯନ୍ତ୍ର । ହତ୍ୟା କରିବା ଉଦ୍ଦେଶ୍ୟରେ ବ୍ୟକ୍ତି ପ୍ରଥମେ ଶାଳୀର ତଣ୍ଟି ଚିପି ମାରିବାକୁ ଉଦ୍ୟମ କରିଥିଲା କିନ୍ତୁ ଏଥିରେ ସଫଳ ନହେବାରୁ ୧୦୦ ଫୁଟ୍ ଗଭୀର କୂଅ ଭିତରକୁ ଫିଙ୍ଗିଦେଇଥିଲା, ଯେଉଁଠାରେ ଯୁବତୀ ଜଣକ ୩୬ ଘଣ୍ଟା ପର୍ଯ୍ୟନ୍ତ ସାପ ଏବଂ ବିଛାଙ୍କ ସହ ବିତାଇଥିଲେ । ଏହାରି ମଧ୍ୟରେ ଅଭିଯୁକ୍ତ ଫେରାର ହୋଇଯାଇଥିଲା ।

ତେବେ ଘଟଣା ଜଣାପଡ଼ିବା ପରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଅନେକ ପରିଶ୍ରମ ପରେ ଯୁବତୀଙ୍କୁ ଉଦ୍ଧାର କରିଥିଲେ ଏବଂ ଚିକିତ୍ସା ପାଇଁ ହସ୍ପିଟାଲ ପଠାଇଥିଲା । ତେବେ କେଉଁ କାରଣ ଯୋଗୁଁ ଅଭିଯୁକ୍ତ ଯୁବତୀଙ୍କୁ ମାରିବାକୁ ଚେଷ୍ଟା କରୁଥିଲା ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ତେବେ ପୋଲିସ ସୂଚନା ଅନୁଯାୟୀ ମାମଲାରେ ପରିଜନ ମାମଲା ରୁଜୁ କରାଇନାହାଁନ୍ତି । ଅଭିଯୁକ୍ତକୁ ଗିରଫ କରାଯାଇଛି ଏବଂ କେଉଁ ପରିସ୍ଥିତି ଯୁବତୀଙ୍କୁ ମାରିବାକୁ ଚେଷ୍ଟା କରିଥିଲା ସେନେଇ ଅଧିକ ପଚରାଉଚରା କରୁଛି ପୋଲିସ୍ ।

ପୋଲିସର ସୂଚନା ଅନୁଯାୟୀ, ୧୯ ବର୍ଷୀୟ ଯୁବତୀ ୨ ତାରିଖରେ ଘରୁ କଲେଜ ଯାଇଥିଲେ କିନ୍ତୁ ଫେରିନଥିଲେ ବିଳମ୍ବ ହେବା ଦେଖି ପରିବାର ଲୋକ ଆଖପାଖରେ ଖୋଜିଥିଲେ ଏବଂ ଝିଅକୁ ନପାଇବାରୁ ଥାନାରେ ସୂଚନା ଦେଇଥିଲେ । ନିଖୋଜ ଅଭିଯୋଗ ପାଇବା ପରେ ପୋଲିସ ଆକ୍ଟିଭ ହୋଇଥିଲା ଏବଂ ଖୋଜିବାେରେ ଲାଗିଥିଲା  । ଅଞ୍ଚଳରେ ଲାଗିଥିବା ସିସିଟିଭି କ୍ୟାମେରା ଯାଞ୍ଚ କରାଯିବା ପରେ ଜଣାପଡ଼ିଥିଲା ଯୁବତୀ ଶେଷ ଥର ତାଙ୍କ ଭିଣୋଇଙ୍କ ସହ ରହିଥିଲେ । ଏହାପରେ ପୋଲିସ ଅଭିଯୁକ୍ତ ଭିଣୋଇକୁ ଗିରଫ କରିଥିଲା ଏବଂ ପଚରାଉଚରା କରିଥିଲା ଅଭିଯୁକ୍ତ ସତ ମାନିଥିଲା  । ଏହା ପରେ ପୋଲିସ ଉକ୍ତ କୂଅ ନିକଟରେ ପହଞ୍ଚିଥିଲା ଏବଂ ଯୁବତୀଙ୍କୁ ଉଦ୍ଧାର କରିଥିଲା । ପୋଲିସ ଅଧିକାରୀ କହିଛନ୍ତି ଯେ କୂଅରେ ସାପ ଏବଂ ବିଛା ଭଳି ବିଷାକ୍ତ ଜୀବ ମଧ୍ୟ ରହିଥିଲେ । ସୌଭାଗ୍ୟବସତଃ ଯୁବତୀ ଜଣକ ବଞ୍ଚିଯାଇଛନ୍ତି ।

Get real time updates directly on you device, subscribe now.