fbpx

ମୋ ସ୍ତ୍ରୀ ପୋଲିସ୍ ବାଲା ସହିତ ପ୍ରେମ କରୁଛି: କ୍ୟାମେରା ଆଗରେ ଦୁଃଖ ବଖାଣିଲା ଅସହାୟ ସ୍ୱାମୀ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୋ ସ୍ତ୍ରୀ ପୋଲିସ୍ ବାଲା ସହିତ ପ୍ରେମ କରୁଛି । ଏମିତି କିଛି ଅଭିଯୋଗ ଆଣିଛନ୍ତି ଜନୈକ ଅସହାୟ ସ୍ୱାମୀ । ସ୍ତ୍ରୀ ପୋଲିସ ବାଲା ସହିତ ପ୍ରେମ କରୁଥିବା ବେଳେ ମୋ ପରିବାରକୁ ନିର୍ଯାତନା ଦେଉଛି । ଏପରିକି ନିର୍ଯାତନା ସହି ନପାରି ମୋ ବାପା ପ୍ରାଣ ହରାଇଥିଲେ । ବର୍ତ୍ତମାନ ମୋ ମା’ ରୋଗାକ୍ରାନ୍ତ ଅବସ୍ଥାରେ ରହିଥିଲେ ମଧ୍ୟ ସେ ସମାନ ଢଙ୍ଗରେ ମା’ଙ୍କୁ ଅବହେଳା କରୁଛି ବୋଲି ଅଭିଯୋଗ କରାଯାଇଛି ।

୨୦୧୧ ମସିହାରେ ଉଭୟଙ୍କ ବିବାହ ହୋଇଥିଲା । ଘରେ ସାମାନ୍ୟ ଝଗଡା ହେବା ପରେ ସ୍ତ୍ରୀଙ୍କୁ ନେଇ ସେ ଖୋର୍ଦ୍ଧାରେ ରହୁଥିଲେ । ୨୦୧୯ରେ ଏକ ମାମଲାରେ ସେ ଜେଲ ଯିବା ପରେ ସ୍ତ୍ରୀ ଓ ପୋଲିସ ବାବୁଙ୍କ ମଧ୍ୟରେ ସମ୍ପର୍କ ଅନ୍ତରଙ୍ଗ ହୋଇଥିଲା । ୬ ମାସ ପରେ ଜେଲରୁ ବାହାରିବା ପରେ ସ୍ତ୍ରୀକୁ ନେଇ ନିଜ ଗାଁକୁ ପଳାଇ ଆସିଥିଲେ । ତଥାପି ଉଭୟଙ୍କ ସମ୍ପର୍କ ବନ୍ଦ ହୋଇ ନଥିଲା । ଉଭୟ ଥରେ ଅନ୍ତରଙ୍ଗ ମୂହୂର୍ତ୍ତରେ ଥିବା ବେଳେ ଗାଁରେ ୨-୩ ଜଣ ଯୁବକଙ୍କ ସହ ଆକ୍ରମଣ କରିଥିଲେ । ସେଠାରେ ପୋଲିସ ବାବୁଙ୍କ ଫୋନ ତାଙ୍କ ହାତରେ ପଡିଥିଲା । ଏହି ଫୋନରେ କେବଳ ତାଙ୍କ ସ୍ତ୍ରୀ ନୁହନ୍ତି ବରଂ ଅନ୍ୟାନ୍ୟ ମହିଳାଙ୍କ ଅଶ୍ଲୀଳ ଭିଡିଓ ଓ ଫଟୋ ରହିଥିବା ସ୍ୱୀକାର କରିଥିଲେ । ଏହି ଘଟଣାକୁ ନେଇ ନିରାକାରପୁର ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି କାର୍ଯ୍ୟନୁଷ୍ଠାନ ହୋଇନଥିବା ଅଭିଯୋଗ କରିଛନ୍ତି ।

Get real time updates directly on you device, subscribe now.