fbpx
BSKY
BJD MC SKY
BJD MS SKY

ଶୀରାମ ମନ୍ଦିରରେ ହେବ ୨୫ ଯୋଡ଼ିଙ୍କ ବର-ବଧୂଙ୍କ ନିଶୁଳ୍କ ବିବାହ: ପ୍ରୟାସ ଅନୁଷ୍ଠାନର ନିଆରା ପ୍ରୟାସ (See Video)

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବିବାହ ହେଉଛି କୌଣସି ପୁଅ ଏବଂ ଝିଅ ପାଇଁ ସବୁଠାରୁ ମହତ୍ୱପୂର୍ଣ୍ଣ । ଝିଅଟିଏ ସ୍ୱପ୍ନ ଦେଖିଥାଏ କିପରି ଏକ ଭଲ ସ୍ୱାମୀଟିଏ ପାଇବ ଏବଂ ସୁଖରେ ଘର ସଂସାର କରିବ । ଅନେକ ସ୍ୱପ୍ନ ଦେଖିଥାନ୍ତି ନିଜ ବିବାହକୁ ଖୁବ୍ ଧୁମଧାମରେ ପାଳନ କରିବେ । କିନ୍ତୁ ଅନେକ ସମୟରେ ସେମାନଙ୍କର ଏହି ସ୍ୱପ୍ନ ପୂରଣ ହୋଇପାରିନଥାଏ । ସାମ୍ପ୍ରତିକ ସମାଜରେ ବିବାହ ଏକ ମହତ୍ତ୍ୱପୂର୍ଣ୍ଣ ଘଟଣା । ହେଲେ ଅନେକ ଆର୍ଥିକ ଅନଟନ କିମ୍ବା ଅନ୍ୟ କାରଣରୁ ବିବାହ କରିପାରନ୍ତି ନାହିଁ ।

ତେବେ ଏହିଭଳି ବର କନ୍ୟାଙ୍କୁ ପରସ୍ପର ସହିତ ମାଙ୍ଗଳିକ ଡୋରିରେ ବାନ୍ଧିବା ପାଇଁ ଏକ ନିଆରା କାର୍ଯ୍ୟକ୍ରମ କରିଛନ୍ତି ପ୍ରୟାସ ଅନୁଷ୍ଠାନ । ଦୀର୍ଘ ୮ ବର୍ଷ ଧରି ଏହି ସଂସ୍ଥା ଏଭଳି ବରକନ୍ୟାଙ୍କ ବିବାହ ପାଇଁ ସହଯୋଗ କରୁଛନ୍ତି ଏବଂ ବିନା କୌଣସି ଅର୍ଥରେ ସଂପୂର୍ଣ୍ଣ ନିଶୁଳ୍କ ଭାବରେ କରାଉଛନ୍ତି ବିବାହ । ସମାଜର ସବୁ ବର୍ଗ, ଗୋଷ୍ଠୀ, ଜାତି, ତଥା ବିଧବା ଅବହେଳିତ ମାନଙ୍କୁ ଏକାଠି କରି ସାମୂହିକ ବିବାହକୁ ଏକ ପ୍ରୟାସ ଆରମ୍ଭ କରିଛି ଏହି ନିଆରା ପ୍ରୟାସ ।

ଏହି ପରିପ୍ରେକ୍ଷୀରେ ୨୫ ଜଣ ବର ବଧୂଙ୍କୁ ବିବାହ କରାଇବାକୁ ଯାଉଛି ପ୍ରୟାସ ଅନୁଷ୍ଠାନ । ଆଉ ସମସ୍ତଙ୍କୁ ନିମନ୍ତ୍ରଣ କରିଛନ୍ତି ପ୍ରୟାସ ଅନୁଷ୍ଠାନ । ଆସନ୍ତା ୧୩ ମାର୍ଚ୍ଚରେ ସ୍ଥାନୀୟ ୟୁନିଟ୍-୩ ସ୍ଥିତ ଶ୍ରୀରାମ ମନ୍ଦିରରେ ହେବ ବିବାହ ଉତ୍ସବ କାର୍ଯ୍ୟକ୍ରମ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.