fbpx
BJD
BJD SKY
BJD SKY

୫୮ ବର୍ଷରେ ବିବାହ କରିବେ ସଲମାନ ଭାଇଜାନ୍… ନିଜେ କହିଲେ କେବେ-କିପରି ହେବ ବାହାଘର

BJD

ମୁମ୍ବାଇ: ବଲିଉଡର ଭାଇଜାନ ସଲମାନ ଖାନ୍ ହେଉଛନ୍ତି ହିନ୍ଦୀ ସିନେମାର ମୋଷ୍ଟ ଏଲିଜିବଲ ବ୍ୟାଚେଲର । ସଲମାନଙ୍କୁ ବିବାହ କରିବା ପାଇଁ ଅନେକ ଝିଅ ସ୍ୱପ୍ନ ଦେଖୁଛନ୍ତି । କିନ୍ତୁ ଆଜି ସେ ୫୮ ବର୍ଷ ବୟସରେ ପହଞ୍ଚି ସାରିଥିଲେ ବି ବିବାହ କରିନାହାନ୍ତି । ସେପଟେ ସାନ ଭାଇ ଅରବାଜ ଖାନ୍ ପ୍ରଥମ ପତ୍ନୀଙ୍କ ସହ ବିଚ୍ଛେଦ ପରେ ଦ୍ୱିତୀୟ ଥର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ି । ଏବେ ଅରବାଜଙ୍କ ପରେ ସଲମାନ ମଧ୍ୟ ନିଜ ବିବାହ ବିଷୟରେ ପ୍ରକାଶ କରିଛନ୍ତି । କେବେ ଏବଂ କିଭଳି ଭାବରେ ସେ ବିବାହ କରିବେ, ସେ ନେଇ ଫ୍ୟାନ୍ସମାନଙ୍କୁ ସୂଚନା ଦେଇଛନ୍ତି ବଲିଉଡର ଭାଇଜାନ୍ ।

ସାରା ଦେଶ ସଲମାନଙ୍କ ବିବାହ ବିଷୟରେ ଜାଣିବା ପାଇଁ ଅପେକ୍ଷା କରି ରହିଛନ୍ତି । ୫୮ ବର୍ଷ ବୟସରେ ବ୍ୟାଚେଲର ରହିଛନ୍ତି ଦବଙ୍ଗ ଷ୍ଟାର ସଲମାନ୍ । ତେବେ ଟେଲିଭିଜନର ସୁପରହିଟ ରିଆଲିଟି ଶୋ’ରେ ସଲମାନ୍ ନିଜ ବିବାହକୁ ନେଇ ଏକ ବଡ଼ ଅପଡେଟ ଦେଇଛନ୍ତି । ‘ବିଗ ବସ’ର ୱିକେଣ୍ଡ ୱାର ଏପିସୋଡରେ ଏଣ୍ଟ୍ରି କରିଥିଲେ ବଲିଉଡ ସୁନ୍ଦରୀ ତବୁ । ବଲିଉଡ ଦୁନିଆରେ ତବୁ ମଧ୍ୟ ଆଜି ପର୍ଯ୍ୟନ୍ତ ଅବିବାହିତ ରହିଛନ୍ତି । ତେବେ ଏହି ଏପିସୋଡରେ ଉଭୟ ଅଭିନେତା ଖୁବ ମଜା-ମସ୍ତି କରିଛନ୍ତି । ଏହାଭିତରେ ଉଭୟ ନିଜ ବିବାହକୁ ନେଇ ମଧ୍ୟ ଖୁବ ଚର୍ଚ୍ଚା କରିଥିବା ଦେଖାଯାଇଛି । ଶୋ’ରେ ଉଭୟଙ୍କ ମଜା-ମସ୍ତି ଲୋକଙ୍କୁ ଖୁବ ପସନ୍ଦ ଆସିଛି ।

ଏହି ସମୟରେ ସଲମାନ କହିଥିଲେ ଯେ, ଅଙ୍କିତା ଏବଂ ଭିକ୍କି ଅନେକ ଥର ବିବାହ କରି ସାରିଛନ୍ତି, ଶୋ’ ଆରମ୍ଭରୁ ହିଁ ସେମାନେ ଥରେ ବିବାହ କରିଥିଲେ । ଏଥିରେ ତବୁ ମଜାକିଆ ଅନ୍ଦାଜରେ କହିଛନ୍ତି ଯେ, ଆମେ(ସଲମାନ-ତବୁ)ତ ବିବାହ କରୁନୁ, ତେଣୁ ଆମ ଭାଗର ବିବାହ ଅନ୍ୟମାନଙ୍କ ଦ୍ୱାରା କରାଉଛୁ । ଏହପରେ ସଲମାନ ମଧ୍ୟ ଏହାକୁ ଏକ ମଜାଦାର ଜବାବ ଦେଇଛନ୍ତି ।

ନିଜ ବିବାହକୁ ନେଇ ସଲମାନ କହିଛନ୍ତି ଯେ, ଆମେ ହ୍ୱିଲ ଚେୟାରରେ ବିବାହ କରିବୁ… ଆଉ ତା’ ପରେ ସିଧା ମଶାଣୀକୁ ଚାଲିଯିବୁ । ବିବହକୁ ନେଇ ସଲମାନଙ୍କ ଏହି ଜବାବ ଶୁଣି ସେଟ୍ ରେ ଉପସ୍ଥିତ ସମସ୍ତ ପ୍ରତିଯୋଗୀ ଏବଂ ଅତିଥି ହସି ହସି ବେଦମ ହୋଇ ଯାଇଛନ୍ତି । ଏହାପରେ ବି ଫ୍ୟାନ୍ସମାନଙ୍କ ମନରେ ଗୋଟିଏ ପ୍ରଶ୍ନ, ସଲମାନ କେବେ ଏବଂ କାହାକୁ କରିବେ ବିବାହ?

Get real time updates directly on you device, subscribe now.