fbpx

ବେଳେ ବେଳେ ଲାଗେ କି କେହି ଆପଣଙ୍କ ପିଛା କରୁଛି କିନ୍ତୁ ଦେଖିଲା ବେଳକୁ କେହି ନଥାନ୍ତି: ଏମିତି କାହିଁକି ହୁଏ?

ଓଡିଶା ଭାସ୍କର: ବେଳେ ବେଳେ ଆମ ସହ ଏମିତି କିଛି ଅଜବ ଘଟଣା ଘଟୁଥାଏ ଯାହା ଆମେ ଆଦୌ ବୁଝି ପାରନ୍ତି ନାହିଁ। ତେବେ କିଛି କାରଣ ନଥିବା ବେଳେ ସେହି ଅଜବ ଘଟଣା ଆମକୁ ବାହାରି ଅଡୁଆରେ ପକାଇଥାଏ। ଏହି ଘଟଣାକୁ ନେଇ ମନରେ ଛନକା ବି ପଶି ଥାଏ। ଏହା ସହ ବାରମ୍ବାର ସେହି ସମାନ ଘଟଣା ଆମ ସହ ଘଟିଚାଲିଥାଏ। ତେବେ ଏମିତି ଆପଣଙ୍କ ସହ କେବେ ନା କେବେ ନିଶ୍ଚୟ ଘଟିଥିବ। କେବେ ଏକୁଟିଆ ଫେରୁଥିବା ବେଳେ ଆପଣଙ୍କୁ ଲାଗିବ ଯେ, କେହି ଆପଣଙ୍କ ପିଛା କରୁଛି। କିନ୍ତୁ ଆପଣ ପଛକୁ ବୁଲି ଚାହିଁବା ବେଳକୁ ପଛରେ କେହି ନଥାନ୍ତି। ହେଲେ ଏମିତି କାହିଁକି ହୋଇଥାଏ? ଏହା ପଛରେ କିଛି କାରଣ ରହିଛି କି?

ପ୍ରେତାତ୍ମା ସମ୍ୱନ୍ଧରେ ଅନେକ ଜଣଙ୍କ ଭିନ୍ନ ଭିନ୍ନ କଳ୍ପନା ଓ ବିଶ୍ୱାସ ରହିଛି। ଯେଉଁ ଜୀବମାନଙ୍କ ଆତ୍ମା ମୋକ୍ଷ ପ୍ରାପ୍ତ ନକରି ସ୍ୱର୍ଗ ଲୋକକୁ ଯାଇନଥାନ୍ତି, ସେମାନେ ଭୂତ, ପ୍ରେତ ବା ପ୍ରେତାତ୍ମା ରୂପ ନେଇ ବୁଲନ୍ତି ବୋଲି ଅନେକ ଚଳଚ୍ଚିତ୍ର, କାହାଣୀରେ ଦେଖିଥିବାକୁ ପାଇଥିବେ। ଆଉ କେଉଁଠି ଶୁଣିଥିବେ ଯେ, ପ୍ରେତାତ୍ମାମାନେ ଶ୍ମଶାନ, ନିର୍ଜନ ସ୍ଥାନ ଓ ମହାରଣ୍ୟରେ ରୁହନ୍ତି । ସେହିପରି ସମୟେ ସମୟେ ସେମାନେ ବାହାରକୁ ମଧ୍ୟ ବାହାରନ୍ତି। ତେବେ ଏହାକୁ ନେଇ ସୁପର ନେଚ୍ୟୁରଲ୍ ପାୱାର ଉପରେ ଅଧ୍ୟୟନ କରୁଥିବା ବୈଜ୍ଞାନିକ ମାନେ ମଧ୍ୟ କୁହନ୍ତି, ଏହି ଆତ୍ମା ଆମ ସହିତ ସମ୍ପର୍କ କରିବାକୁ ଚେଷ୍ଟା କରିଥାଏ। ଏପରି କିଛି ସଙ୍କେତ ଯେଉଁଥିରୁ ଜଣାପଡ଼େ କୌଣସି ଆତ୍ମା ଆମ ଆଖ ପାଖରେ କିମ୍ବା ଘରେ ବାସ କରୁଛି। ଯଦି ଆପଣଙ୍କୁ ଲାଗେ କେହି ଅପଣଙ୍କ ପିଛା କରୁଛି କିମ୍ବା କେହି ଆପଣଙ୍କୁ ସ୍ପର୍ଶ କଲା ପରି ଯଦି ଅନୁଭବ ହୁଏ କିନ୍ତୁ କେହି ନଥାଏ, ତେବେ ସତର୍କ ହୋଇଯାଆନ୍ତୁ। ହୁଏତ କୌଣସି ଆତ୍ମା ଆପଣଙ୍କୁ କିଛି କହିବାକୁ ଚାହୁଁଥାଇ ପାରେ।

ଅନ୍ୟପଟେ ଏହି ଏହି ଘଟଣାକୁ ନେଇ ସାଇକୋଲିଜିଷ୍ଟ ମାନେ କୁହନ୍ତି, ଏସବୁ ମନର ଭ୍ରମ। ଥରେ ଯଦି କୌଣସି କାରଣ ବଶତଃ ଏହି ଘଟଣା ଆପଣଙ୍କ ସହ ଘଟିଥାଏ ତାହାକୁ ନେଇ ଆପଣ ବାରମ୍ବାର ଭାବିଥାନ୍ତି। ଯେଉଁ କାରଣରୁ ଆପଣଙ୍କ ମନରେ ଏକ ଭ୍ରମ ଓ ଛନକା ହୋଇଥାଏ। ଏକୁଟିଆ ଫେରୁଥିବା ବେଳେ ଯେତେବେଳେ ସେ କଥା ମନେ ପଡିଯାଇଥାଏ, ଆପଣଙ୍କୁ ଲାଗେ ଯେ କେହି ଆପଣଙ୍କୁ ପିଛା କରୁଛି। ହେଲେ ବାସ୍ତବରେ କେହି ଆପଣଙ୍କୁ ପିଛା କରିନଥାନ୍ତି।

 

Get real time updates directly on you device, subscribe now.