fbpx
BSKY SKY
BSKY SKY

ଆଜି ପ୍ରବାସୀ ଭାରତୀୟ ଦିବସ, ଗୁଜରାଟରେ ରୋଡ୍ ଶୋ ଏବଂ ବିଶ୍ୱ ନେତାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

BSKY

ନୂଆଦିଲ୍ଳୀ: ଆଜି ହେଉଛି ପ୍ରବାସୀ ଭାରତୀୟ ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ‘ଏକ୍ସ’ରେ ପୋଷ୍ଟ କରି ଲେଖିଛନ୍ତି, ‘ଯେଉଁମାନେ ନିଜ ଦକ୍ଷତା ଓ ସଫଳତା ମାଧ୍ୟମରେ ଭାରତକୁ ଗର୍ବ ଅନୁଭବ କରାଇଛନ୍ତି ସେମାନଙ୍କ ପାଇଁ ଏକ ବିଶେଷ ଦିନ । ଦେଶର ସମୃଦ୍ଧ ପରମ୍ପରାକୁ ସଂରକ୍ଷିତ ରଖିବା ସହ ବୈଷୟିକ ସମ୍ପର୍କକୁ ମଜବୁତ କରିବାରେ ପ୍ରବାସୀ ଭାରତୀୟଙ୍କ ପ୍ରମୁଖ ଯୋଗଦାନ ରହିଛି । ବିଶ୍ୱରେ ଭାରତକୁ ଆଗକୁ ନେବା ସହ ଏକତା ଏବଂ ବିବିଧତାର ଭାବନା ବିକଶିତ କରୁଛନ୍ତି ।’

ଏହି ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ରୋଡ୍ ଶୋ କରିବାର କାର୍ଯ୍ୟକ୍ରମ ରହିଛି । ଏହି ରୋଡ୍ ଶୋ ଗୁଜରାଟର ସରଦାର ବଲ୍ଲଭଭାଇ ପଟେଲ ଆନ୍ତର୍ଜାତୀୟ ବିମାନ ବନ୍ଦରରୁ ଆରମ୍ଭ ହୋଇ ଇନ୍ଦିରା ସେତୁରେ ସମାପ୍ତ ହେବ । ଅହମଦାବାଦ ଓ ଗାନ୍ଧୀନଗରକୁ ସଂଯେଗ କରୁଥିବା ତିନି କିମି ରାସ୍ତାରେ ଏହି ରୋଡ୍ ଶୋ ଆୟୋଜିତ ହେବ । ଏଥିପାଇଁ ପୋଲିସ ପ୍ରଶାସନ ଦ୍ୱାରା ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପିଏମ୍‌ଓର ଏକ ବିଜ୍ଞପ୍ତି ଅନୁଯାୟୀ ଜାନୁଆରୀ ୮ରୁ ୧୦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ ଦିନିଆ ଗୁଜରାଟ ଗସ୍ତ ସମୟରେ ବିଭିନ୍ନ ବିଶ୍ୱ ନେତାଙ୍କ ସହ ଭେଟି ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏହା ସହ ଆଜି ଅପରାହ୍ନ ୩ଟାରେ ପ୍ରଧାନମନ୍ତ୍ରୀ ଭାଇବ୍ରାଣ୍ଟ ଗୁଜରାଟ ଟ୍ରେଡ୍ ଶୋ’ର ଉଦ୍‌ଘାଟନ କରିବେ । ଏହା ସହ ବୁଧବାର ଗାନ୍ଧୀନଗରରେ ଆୟୋଜିତ ହେବାକୁ ଥିବା ଶିଖର ସମ୍ମିଳନୀର ଦଶମ ଅଧିବେଶନକୁ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଚଳିତ ବର୍ଷ ଶିଖର ସମ୍ମିଳନୀ ପାଇଁ ୩୪ ଟି ପାର୍ଟର ଦେଶ ଏବଂ ୧୬ଟି ପାର୍ଟନର ସଂଗଠନ ସାମିଲ ଅଛନ୍ତି । ଏହି ଅବସରରେ UAE ରାଷ୍ଟ୍ରପତି Mohammed Bin Zayed Al Nahyan ମଧ୍ୟ ଉପସ୍ଥିତ ରହିବେ ।

Get real time updates directly on you device, subscribe now.