fbpx

ସଲମାନ ଖାଁ ଗିରଫ: ଧମକ ଅଭିଯୋଗରେ କୋର୍ଟ ଚାଲାଣ କଲା ପୋଲିସ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୋଲିସ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯିବା ପରେ ବି ଦିନକୁ ଦିନ ରାଜଧାନୀ ଭୁବନେଶ୍ୱରରେ ଅପରାଧିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି । ଚୋରି, ଡକାୟତି, ରାହାଜାନି, ଅଶ୍ଲୀଳ ଭିଡିଓ ଭାଇରାଲ, ଧମକ ଆଦି ବିଭିନ୍ନ ଅଭିଯୋଗରେ ପୋଲିସ ବହୁ ଅପରାଧୀଙ୍କୁ ଗିରଫ କରୁଥିବା ଦେଖାଯାଉଛି । ତେବେ ଜଣେ ନାବାଳିକାଙ୍କୁ ଧମକ ଦେଇ ରାଜଧାନୀର ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି ।

ସୂଚନା ମୁତାବକ, ନିକଟରେ ଜେଲରୁ ଜାମିନରେ ମୁକୁଳିଥିବା ୪୭ ବର୍ଷୀୟ ଅଭିଯୁକ୍ତ ସଲମାନ ଖାଁ ପୁଣି ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି । ମାମଲା ପ୍ରତ୍ୟାହାର କରିବାକୁ ନେଇ ଜଣେ ନାବଳିକାଙ୍କୁ ସଲମାନ ଧମକ ଦେଇଥିବା ଅଭିଯୋଗରେ ଖାରବେଳ ନଗର ଥାନା ପୋଲିସ ତାଙ୍କୁ କୋର୍ଟ ଚାଲାଣ କରିଛି । ଜଙ୍କିଆ ଥାନା ଅନ୍ତର୍ଗତ ଭୁଷଣ୍ଡପୁର ଅଞ୍ଚଳର ବାସିନ୍ଦା ସଲମାନା ରାଜଧାନୀର ଖାରବେଳ ନଗରରେ ରହୁଥିବା ବେଳେ ସେ ଜଣେ ନାବାଳିକାଙ୍କୁ ଏକତରଫା ଭାବେ ଭଲ ପାଉଥିଲେ ।

ଏପରିକି ଉକ୍ତ ନାବାଳିକାଙ୍କୁ ସଲମାନ ବିଭିନ୍ନ ସମୟରେ ପିଛା କରିବା ସହ ତାଙ୍କର ଅଶ୍ଲୀଳ ଭିଡିଓ ଶୁଟ୍ କରି ଭାଇରାଲ କରିଦେବେ ବୋଲି ଧମକ ଦେଇଥିଲେ । ଗତ ମାର୍ଚ୍ଚ ମାସରେ ସଲମାନଙ୍କୁ ଖାରବେଳ ନଗର ଥାନା ପୋଲିସ କୋର୍ଟ ଚାଲାଣ କରିଥିଲା । ସେ ନିକଟରେ ଜାମିନରେ ଆସିଥିବା ବେଳେ ନାବଳିକାଙ୍କ ପରିବାର ଉପରେ ଚାପ ପକାଉଥିବା ଅଭିଯୋଗ ହୋଇଛି । ଏପରିକି ନାବାଳିକାଙ୍କୁ ହତ୍ୟା ଧମକ ଦେଇଥିବା ମଧ୍ୟ ଜଣାପଡ଼ିଛି ।

Get real time updates directly on you device, subscribe now.