fbpx
BSKY SKY
BSKY SKY

କୋଟିରେ ଦରମା ନିଅନ୍ତି ସଲମାନ ଖାନଙ୍କ ବଡିଗାର୍ଡ! ଶୁଣିଲେ ଉଡିଯିବ ହୋସ୍

BSKY

ବଲିଉଡ ଜଗତର ସୁପରଷ୍ଟାର ସଲମାନ୍ ଖାନଙ୍କ ଅଙ୍ଗରକ୍ଷୀ ବା ବଡିଗାର୍ଡ ଶେରାଙ୍କ ଲୋକପ୍ରିୟତା କୌଣସି ସେଲିବ୍ରିଟଙ୍କଠାରୁ କମ୍ ନୁହନ୍ତି । ପ୍ରଶଂସକମାନେ ସର୍ବଦା ଶେରାଙ୍କ ବିଷୟରେ ଜାଣିବାକୁ ଇଚ୍ଛୁକ ଥାଆନ୍ତି । ତେବେ ଶେରାଙ୍କ ପ୍ରକୃତ ନାମ ଗୁରୁମିତ ସିଂ ଜଲି । ଶେରା ପିଲାଦିନରୁ ବଡି ବିଲ୍ଡିଙ୍ଗରେ ସଉକ୍ ରଖୁଥିଲେ । ଶେରା ସଲମାନ ଖାନଙ୍କ ସୁରକ୍ଷା ଦେଉଥିବାର ମଧ୍ୟ ଅନେକ ବର୍ଷ ବିତିଗଲାଣି । କିନ୍ତୁ ଆପଣ ଜାଣିଛନ୍ତି କି, ସଲମାନଙ୍କ ସୁରକ୍ଷା ପାଇଁ ଶେରାଙ୍କୁ କେତେ ଦରମା ମିଳେ?

ଖବର ମୁତାବକ, ସଲମାନ ଖାନ୍ ନିଜର ସୁରକ୍ଷା ପାଇଁ ଶେରାଙ୍କୁ ବାର୍ଷିକ ୨ କୋଟିରୁ ଅଧିକ ଦରମା ଦିଅନ୍ତି । ଅର୍ଥାତ୍ ଶେରା ପ୍ରତି ମାସରେ ୧୬ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରନ୍ତି ।

ଶେରା ମଧ୍ୟ ସଲମାନଙ୍କୁ ଅଧିକ ସମ୍ମାନ କରନ୍ତି । ଏକ ଇଣ୍ଟରଭ୍ୟୁରେ ଶେରା କହିଥିଲେ ଯେ, ‘ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ମୁଁ ଭାଇଜାନଙ୍କ ସହ ରହିଛି । ଯେତେଦିନ ପର୍ଯ୍ୟନ୍ତ ଜୀବିତ ଅଛି ଭାଇଜାନଙ୍କ ସହିତ ହିଁ ଅଛି ।’ ଶେରା ପ୍ରାୟ ୨୫ ବର୍ଷ ହେବ ସଲାମନଙ୍କ ବଡିଗାର୍ଡ ଭାବେ ତାଙ୍କର ସୁରକ୍ଷା କରୁଆସୁଛନ୍ତି ।

ତେବେ ଶେରାଙ୍କର ଗୋଟିଏ ପୁଅ ଅଛି, ଯାହାର ନାମ ଟାଇଗର । ସଲମାନ ଖାନ୍ ଟାଇଗରକୁ ନିଜର ଭଣଜା ବୋଲି ଭାବନ୍ତି । ଖବର ମିଳୁଛି କି, ବଲିଉଡରେ ଖୁବଶୀଘ୍ର ଟାଇଗରକୁ ଲଞ୍ଚ କରିବା ପ୍ରସ୍ତୁ୍ତିରେ ଲାଗିଛନ୍ତି ସଲମାନ୍ । ଏହା ସହିତ ସଲମାନଙ୍କ ସମସ୍ତ ଘନିଷ୍ଠ ବନ୍ଧୁ ଯଥା ୟୁଲିଆ, କ୍ୟାଟିନା କୈଫ୍, ସୋନାକ୍ଷୀ ସିହ୍ନା ଓ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସଙ୍କ ସହ ଶେରାଙ୍କର ଭଲ ବନ୍ଧୁତା ରହିଛି ।

Get real time updates directly on you device, subscribe now.