fbpx

ଜ୍ୟାକଲିନ୍ ସହ ରୋମାନ୍ସ କରୁଥିବା ନଜର ଆସିଲେ ସଲମାନ୍

ନିଜର ପୂର୍ବ ଗୀତ ‘ପ୍ୟାର କରୋନା’ ରିଲିଜ ହେବା ପରେ ବଲିଉଡ୍ ସୁପରଷ୍ଟାର ସଲମାନ୍ ଖାନ ପରବର୍ତ୍ତୀ ମ୍ୟୁଜିକ୍ ଭିଡିଓ ‘ତେରେ ବିନା’ର ଘୋଷଣା କରିଥିଲେ । ପ୍ରଥମ ଗୀତ ପରେ ଆଉ ୨ଟି ଗୀତ ରିଲିଜ କରିବାକୁ ନେଇ ସଲମାନ୍ ପ୍ରତିଶୃତି ଦେବାକୁ ଆଶ୍ଚର୍ଯ୍ୟ ହୋଇଥିଲେ ପ୍ରଶଂସକ । କିନ୍ତୁ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ସମସ୍ତ ନିର୍ଦ୍ଦେଶାବଳୀ ଅନୁଯାୟୀ ପାନଭେଲ ଫାର୍ମହାଉସରେ ଗୀତଟିର ସୁଟିଂ ହୋଇଛି । ଆଜି ୟୁଟ୍ୟୁବରେ ‘ତେରେ ବିନା’ର ଟିଜର ରିଲିଜ୍ ହୋଇଛି, ଯେଉଁଥିରେ ସଲମାନ୍ ଖାନ୍ ଓ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସଙ୍କ ରୋମାନ୍ସ ଦେଖିବାକୁ ମିଳିଛି । ସୁପରହିଟ୍ ଫିଲ୍ମ ‘କିକ୍’ ପରେ ପୁଣି ଥରେ ସେମାନେ ସ୍କ୍ରିନ୍ ସେୟାର କରୁଥିବା ଦେଖିବାକୁ ମିଳିଛି ।

ତେବେ ଗୀତଟିକୁ ନିଜେ ସଲମାନ ଖାନ ଗାଇବା ସହ ନିର୍ଦ୍ଦେଶନା ଦେଇଛନ୍ତି । ତାଙ୍କ ବନ୍ଧୁ ଅଜୟ ଭାଟିଆ ଏହାକୁ କମ୍ପୋଜ କରିବା ସହ ଶବବୀର ଅହମ୍ମଦ ଗୀତଟିକୁ ଲେଖିଛନ୍ତି । ଗୀତଟି ସଲମାନ ଖ୍ରାନଙ୍କ ୟୁଟ୍ୟୁବ ଚ୍ୟାନେଲ ଓ ସୋସିଆଲ ମିଡିଆରେ ଖୀବଶୀଘ୍ର ମୁକ୍ତିଲାଭ କରିବ ।

Get real time updates directly on you device, subscribe now.