fbpx

ମା’ର ମମତାକୁ ଠେଙ୍ଗା ପାହାରରେ ସାର୍ଥକ କଲା ନୃଶଂସ ପୁଅ

ଖଇରପୁଟ/ମାଲକାନଗିରି ୧୦ା୫ (ଓଡ଼ିଶା ଭାସ୍କର): ମାଲକାନଗିରି ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି । ବିଶ୍ୱ ମାତୃ ଦିବସରେ ସମଗ୍ର ବିଶ୍ୱ ନିଜ ମା’ଙ୍କୁ ମନେ ପକାଇ ପୂଜା କରୁଥିବା ବେଳେ ମାଲକାନଗିରି ଜିଲ୍ଲାରେ ଜଣେ ପୁଅ ନିଜ ମା’ଙ୍କୁ ଅତ୍ୟନ୍ତ ନିର୍ମମଭାବେ ପିଟି ପିଟି ହତ୍ୟା କରିଛି । ରକ୍ତ ରେ ଭିଜିଲା ମା’ର ପଣତ । ମାତୃତ୍ୱ ଦିବସରେ ମା’କୁ ଉପହାରରେ ମିଳିଲା ମୃତ୍ୟୁ । ଯେଉଁ ସମୟରେ ସନ୍ତାନମାନେ ସୋସିଆଲ ମିଡିଆରେ ନିଜ ମା’ଙ୍କୁ ସମ୍ବର୍ଦ୍ଧନା କରିବାବେଳେ ଆଉ ଗୋଟିଏ ମା’ନିଜ ସନ୍ତାନର ନୃଶଂସତାର ଶିକାର ହୋଇଥିଲେ। କ୍ରୋଧରେ ଜର୍ଜରିତ ପୁଅ ମା’ର ମମତାକୁ ନ ବୁଝି ମା’ର ମୁଣ୍ଡରେ ଥୋଇ ଚାଲିଥିଲା ଗୋଟିଏ ପରେ ଗୋଟିଏ ପାହାର । ପ୍ରତ୍ୟେକଟି ପାହାରରେ ପୁଅ ସାର୍ଥକ କରିଚାଲିଥିଲା ମା’ର ମମତାକୁ। ଯେଉଁ ମା’ ଦିନେ ପୁଅର ଦେହ ଖରାପ ହେଲେ ଶୋଉ ନଥିଲା ସେଇ ମା ଆଜି ନିଜ ପୁଅର ମାଡରେ ଚିରଦିନ ପାଇଁ ସୋଇପଡ଼ିଲା। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଅଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ବଡ଼ବଦଳି ଗ୍ରାମରେ । ମହୁଲ ବିକ୍ରି ବାବଦକୁ ଟଙ୍କା କେଇଟା ନଦେବାରୁ ବାପା ସହ ମିଶି ମା’କୁ ପିଟି ପିଟି ହତ୍ୟା କରିଛି ନିଜ ସନ୍ତାନ। ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଅଭିଯୁକ୍ତ ବାପା ଶୁକୁ ମାଡକାମୀ ଏବଂ ପୁଅ ସମା ମାଡକାମୀଙ୍କୁ ଗିରଫ କରିଛି। ସୂଚନାନୁଯାୟୀ ଦିନେ ତଳେ ପୁରା ପରିବାର ଜଙ୍ଗଲକୁ ଯାଇ ମହୁଲ ଫୁଲ ସଂଗ୍ରହ କରିଥିଲେ। ସେଇ ମହୁଲ ଫୁଲକୁ ୨୭୦୦ ଟଙ୍କାରେ ବିକ୍ରି କରିଥିଲେ ପୁରା ପରିବାର । ବିକ୍ରି ଟଙ୍କା ମା’ ରାମେଙ୍କ ପାଖରେ ରହିଥିଲା । ତେବେ ଏହି ଟଙ୍କାକୁ ଆଜି ଉଭୟ ବାପା ଏବଂ ପୁଅ ମାଗିଥିଲେ । କିନ୍ତୁ ରାମେ ଟଙ୍କା ଦେବାକୁ ମନା କରିବାରୁ ପାଟିତୁଣ୍ଡ ହୋଇଥିଲେ। ଏଥିରେ ଉତ୍ୟକ୍ତ ହୋଇ ବାପାର ସାହାଯ୍ୟରେ ପୁଅ ନିଜ ମା’ଙ୍କୁ ମୁଣ୍ଡକୁ ଠେଙ୍ଗାରେ ମାରି ମାରି ଜୀବନରେ ମାରିଦେବା ପରେ ଘଟଣା ସ୍ଥଳରେ ପୋଲିସ ପହଁଞ୍ଚି ଉଭୟ ବାପା ଏବଂ ପୁଅ କୁ ଗିରଫ କରିଛି ।

Get real time updates directly on you device, subscribe now.