fbpx

ରୌପ୍ୟ ପଦକ ବିଜେତା ମୀରାବାଈଙ୍କ ସହ ଫଟୋ ଶେଆର୍ କରି ଟ୍ରୋଲ ହେଉଛନ୍ତି ସଲମାନ

ନୂଆଦିଲ୍ଲୀ: ବଲିଉଡ୍ ଦବଙ୍ଗ ଖାନ ଅର୍ଥାତ ସଲମାନ ଖାନ ସୋସିଆଲ ମିଡିଆରେ ଆକ୍ଟିଭ ରହିଥାନ୍ତି । ସଲମାନ ତାଙ୍କ ଫ୍ୟାନଙ୍କ ସହ ସୋସିଆଲ ମଡିଆରେ ଯୋଡ଼ି ହୋଇ ରହିଥାନ୍ତି । ସଲମାନ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ମଧ୍ୟ ଶେଆର୍ କରିଥାନ୍ତି । ତେବେ ନିକଟରେ ସେ ସୋସିଆଲ ମିଡିଆରେ ଅଲିମ୍ପିକ ରୌପ୍ୟ ପଦକ ବିଜେତା ମୀରାବାଈ ଚାନୁଙ୍କ ସହ ଏକ ଫଟୋ ଶେଆର କରି ଫ୍ୟାନମାନଙ୍କୁ ସରପ୍ରାଇଜ ଦେଇଥିଲେ । ଏହି ଫଟୋ ଜରିଆରେ ସଲମାନ ମୀରାବାଈଙ୍କୁ ଶୁଭକାମନା ଦେଇଛନ୍ତି । କିନ୍ତୁ ଏହି ଫଟୋକୁ ନେଇ ଅନେକ ଲୋକ ସଲମାନଙ୍କୁ ଟ୍ରୋଲ କରୁଥିବା ନଜର ଆସିଛନ୍ତି।

ସଲମାନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ଶେଆର୍ କରିଛନ୍ତି । ଏହି ଫଟୋରେ ସେ ଭାରୋତ୍ତଳନରେ ରୌପ୍ୟ ପଦକ ବିଜେତା ମୀରାବାଈ ଚାନୁଙ୍କ ସହ କ୍ୟାମେରାରେ ପୋଜ ନେବାରେ ନଜର ଆସିଛନ୍ତି । ସଲମାନ ଏବଂ ମୀରାବାଈଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ପୋଷ୍ଟକୁ ପ୍ରଶଂସା କରିଛନ୍ତି ।

କିନ୍ତୁ ହରିଣ ଶିକାର ପ୍ରସଙ୍ଗକୁ ନେଇ ସଲମାନ୍ ଟ୍ରୋଲ୍ ହେଉଛନ୍ତି। ସେ ପକାଇଥିବା ଉତ୍ତରୀୟ (ସାଲ୍ ବା ସ୍କର୍ଫ)ରେ ହରିଣ ଚିହ୍ନ ଥିବାରୁ ଅନେକ ୟୁଜର୍ସ ଏହାକୁ ନେଇ ଟ୍ରୋଲ୍ କରୁଛନ୍ତି। ଦେଖନ୍ତୁ ସେହି ପୋଷ୍ଟକୁ…

 

View this post on Instagram

 

A post shared by Salman Khan (@beingsalmankhan)

ଏହି ଫଟୋକୁ ସେୟାର କରି ସଲମାନ ଲେଖିଛନ୍ତି ଯେ ସେ ମୀରାବଇଙ୍କ ସହ ସାକ୍ଷାତ କରି ଖୁସି ଅଛନ୍ତି । ଏହା ସହ ତାଙ୍କୁ ସେ ଶୁଭକାମନା ମଧ୍ୟ ଦେଇଛନ୍ତି । ସଲମାନଙ୍କ ଏହି ପୋଷ୍ଟକୁ ଉପରେ ଅନେକ ସେଲିବ୍ରିଟି ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ।

ତେବେ ସଲମାନଙ୍କୁ ଗୋଟିଏ ପଟେ ସକରାତ୍ମକ ପୋଷ୍ଟ ମିଳୁଥିବାବେଳେ ଅନ୍ୟପଟେ ଅନେକ ଲୋକ ତାଙ୍କୁ ଟ୍ରୋଲ ମଧ୍ୟ କରୁଛନ୍ତି । ପ୍ରକୃତରେ ସଲମାନଙ୍କ କପଡ଼ାରେ ଏକ କଳା ହରିଣ ଦେଖାଯାଉଛି । ଯାହା ଯୋଗୁଁ ଲୋକେ କମେଣ୍ଟରେ ତାଙ୍କୁ ଥଟ୍ଟା ପରିହାସ କରୁଛନ୍ତି ।

 

Get real time updates directly on you device, subscribe now.