fbpx

ବିକିନି ଓ ହଟ ପ୍ୟାଣ୍ଟରେ କୁନ୍ଦ୍ରାଙ୍କ ସହ ଫଟୋ ଶେୟାର କଲେ ଶର୍ଲିନ୍; ପ୍ରମାଣ ପାଇଁ ଆଉ କଣ ଦରକାର

ମୁମ୍ବାଇ: ରାଜ କୁନ୍ଦ୍ରା ପର୍ଣ୍ଣୋଗ୍ରାଫି ମାମଲାରେ ଆଉ ଏକ ପ୍ରମାଣ ସାମ୍ନାକୁ ଆସିଛି । ରାଜ କୁନ୍ଦ୍ରାଙ୍କ ସହିତ ଏକ ଫଟୋ ଶେୟାର କରି ଇଣ୍ଟରନେଟରେ ନିଆଁ ଲଗାଇଛନ୍ତି ଶର୍ଲିନ ଚୋପ୍ରା । ଶର୍ଲିନ ଚୋପ୍ରା ଏକ କଳା ହଟ ପ୍ୟାଣ୍ଟ ଓ ବିକିନି ପିନ୍ଧିଥିବା ବେଳେ ପାଖରେ ବସିଛନ୍ତି ରାଜ କୁନ୍ଦ୍ରା ଓ ଆଉ ଜଣେ ବ୍ୟକ୍ତି । ଏହା ସହିତ ଏହି ଫଟୋଟି ରାଜଙ୍କମ ଆପ୍ ପାଇଁ ଭିଡିଓ ଶୁଟର ପ୍ରଥମ ଦିନର ବୋଲି କୁନ୍ଦ୍ରା ସ୍ପଷ୍ଟ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ପର୍ଣ୍ଣୋଗ୍ରାଫି ମାମଲାରେ ଦିନକୁ ଦିନ ରାଜ କୁନ୍ଦ୍ରାଙ୍କ ଅଡୁଆ ବଢିବାରେ ଲାଗିଛି । ରାଜ କୁନ୍ଦ୍ରା ମୁମ୍ବାଇ ପୋଲିସ ହାଜତରେ ରହିଥିବା ବେଳେ ଜଣକ ପରେ ଜଣେ ଅଭିନେତ୍ରୀ ତାଙ୍କ ବିରୋଧରେ ମୁହଁ ଖୋଲିବାରେ ଲାଗିଛନ୍ତି ।

Get real time updates directly on you device, subscribe now.