fbpx

ଯୁବ ଫଟୋଗ୍ରାଫରଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ; ଲେଖିଲେ ଏମିତି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରର ଏକ ଫଟୋ ଶେୟାର କରିଛନ୍ତି । ଏହା ସହିତ ଏହି ଫଟୋ ଶେୟାର କରି ଯୁବ ଫଟୋଗ୍ରାଫର ସମରେନ୍ଦ୍ର ଦାଶଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଫଟୋଟିରେ ଜଗନ୍ନାଥ ମନ୍ଦିର ଉପରେ ସୂର୍ଯ୍ୟ ରହିଥିବା ବେଳେ ଏହି ଦୃଶ୍ୟଟି ଅତ୍ୟନ୍ତ ମନୋମୁଗ୍ଧକର ହୋଇଛି । ଏହି ଫଟୋକୁ ସ୍ୱୟଂ ଶେୟାର କରିବା ସହିତ ନବୀନ ପଟ୍ଟନାୟକ ଫଟୋଟି ଉତ୍ତୋଳନ କରିଥିବା ଫଟୋଗ୍ରାଫରଙ୍କୁ ଧନ୍ୟବାଦ ଜଣାଇବା ସହିତ ଜୟ ଜଗନ୍ନାଥ ଲେଖିଛନ୍ତି । ଫଟୋଟି ଶେୟାର ହେବାର ଏକ ଘଣ୍ଟା ମଧ୍ୟରେ ୩୯୦୦ ଲାଇକ ଏବଂ ୫୫୬ ରିଟ୍ୱିଟ ହୋଇଛି ।

Get real time updates directly on you device, subscribe now.