fbpx

କରୋନାକୁ ନେଇ ସଲମାନଙ୍କ ଗୀତ, ଭାଇରାଲ ହେଉଛି ଭିଡିଓ

ଦେଶରେ କରୋନା ଭାଇରସର ବିପଦ ବଢି ବଢି ଚାଲିଥିବା ବେଳେ ସେଲିବ୍ରିଟମାନେ ବିଭିନ୍ନ ପ୍ରକାରରେ ଏହାର ମୁକାବିଲା କରିବାକୁ ପାଇଁ ଯୋଗଦାନ ଦେଉଛନ୍ତି । ସେହିପରି ବଲିଉଡ୍ ତାରକା ସଲମାନ ଖାନ୍ କରୋନକୁ ନେଇ ଲୋକଙ୍କ ମନରେ ସଚେତନତା ସୃଷ୍ଟି ପାଇଁ ଏକ ଗୀତ ଲେଖିଛନ୍ତି । ଏହି ଗୀତକୁ ନିଜେ ସଲମାନ ଖାନ୍ ଗାଇଥିବାର ଶୁଣିବାକୁ ମିଳିଛି । ନିକଟରେ କୋଭିଡ୍-୧୯କୁ ନେଇ ସେ ‘ପ୍ୟାର୍ କରୋନା’ ଗୀତର ଟିଜର ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ଟିଜରକୁ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିବା ପରେ କାଲି ଏହା ତାଙ୍କର ୟୁଟ୍ୟୁବ ଚ୍ୟାନେଲରେ ରିଲିଜ ହେବ ବୋଲି ସଲମାନ କହିଛନ୍ତି ।

Get real time updates directly on you device, subscribe now.