fbpx

କୋଭିଡ୍ ଯୋଦ୍ଧାଙ୍କ ପାଇଁ ‘ବିଙ୍ଗ୍ ହଙ୍ଗରୀ’ ଅଭିଯାନ ଆରମ୍ଭ କଲେ ଦବଙ୍ଗ୍ ଖାନ୍

ମୁମ୍ବାଇ ୨୬ । ୪ (ଓଡ଼ିଶା ଭାସ୍କର) : ଦେଶରେ କରୋନା ସଂକ୍ରମଣ ଲଗାତାର ବଢିବାରେ ଲାଗିଛି । ସଂକ୍ରମଣ ରୋକିବାକୁ ବିଭିନ୍ନ ରାଜ୍ୟରେ ଲକଡାଉନ, ନାଇଟ୍ କର୍ଫ୍ୟୁ ଓ ସପ୍ତାହନ୍ତ ଲାଗୁ ହୋଇଛି। କରୋନା ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ନିୟମ ମଧ୍ୟ କରାଯାଇଛି । ଏଭଳି ସ୍ଥିତିରେ କୋଭିଡ୍ ଯୋଦ୍ଧାମାନେ ନିଜ ଜୀବନକୁ ବିପଦରେ ପକାଇ ଲୋକଙ୍କୁ ସାହାଯ୍ୟ କରୁଛନ୍ତି। ତେବେ ଏମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗକୁ ଆସିଛନ୍ତି ବଲିଉଡର ଭାଇଜାନ ସଲମାନ ଖାନ। ଏହି କୋଭିଡ୍ ଯୋଦ୍ଧାମାନଙ୍କୁ ‘ବିଙ୍ଗ୍ ହଙ୍ଗରୀ’ ଅଭିଯାନ ମାଧ୍ୟମରେ ସେ ଖାଦ୍ୟ ବଣ୍ଟନ ବ୍ୟବସ୍ଥା କରୁଛନ୍ତି।

 

View this post on Instagram

 

A post shared by Salman Khan (@salmankhanfanclub)

‘ବିଙ୍ଗ୍ ହଙ୍ଗରୀ’ ଅଭିଯାଜନର ଫୁଡ୍ ଭ୍ୟାନଗୁଡିକ ମୁମ୍ବାଇର ରାସ୍ତାରେ ବୁଲି କୋଭିଡ ଯୋଦ୍ଧାଙ୍କୁ ମାଗଣାରେ ଖାଦ୍ୟ ବଣ୍ଟନ କରୁଛି । ଏହାର ତଦାରଖ ସଲମାନ ଖାନ ନିଜେ କରୁଛନ୍ତି । ସୂଚନା ଅନୁସାରେ ଗତକାଲି ସଲମାନ ଖାନ୍ ରେଷ୍ଟୁରାଣ୍ଟରେ ପହଞ୍ଚି କୋଭିଡ୍ ଯୋଦ୍ଧାମାନଙ୍କ ଲାଗି ୫ ହଜାର ଖାଦ୍ୟ ପ୍ୟାକେଟ୍ ପାର୍ସଲ ପଠାଇଛନ୍ତି । ଏାନଇ ତାଙ୍କ ଅଭିଯାନର ଜଣେ ସଦସ୍ୟ ଏକ ଫଟୋ ଟ୍ୱିଟ୍ କରିଛନ୍ତି । ପଟୋରେ ଦେଖିବାକୁ ମିଳିଛି କି ଫୁଡ୍ ଭ୍ୟାନକୁ ଖାଦ୍ୟ ପଠାଇବା ଆଗରୁ ଭାଇଜାନ୍ ନିଜେ ସେହି ଖାଦ୍ୟଗୁଡିକର ଠିକ୍ ଅଛି କି ନାହିଁ ତାର ପରୀକ୍ଷା କରିଛନ୍ତି । ଏହାସହ ସେଠାକାର ସ୍ୱଚ୍ଛତା ଉପରେ ଧ୍ୟାନ ଦେବା ପାଇଁ ମଧ୍ୟ ସତର୍କ କରାଇଛନ୍ତି । ଯାହାର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରଲ୍ ହେବାରେ ଲାଗିଛି । ସୂଚନା ଅନୁସାରେ ଗତବର୍ଷ ମଧ୍ୟ ସଲମାନ ଖାନ୍ କରୋନା ସମୟରେ କୋଭିଡ୍ ଯୋଦ୍ଧା ଏବଂ ଗରିବ ଲୋକମାନଙ୍କୁ ଖାଦ୍ୟ ଯୋଗାଇଥିଲେ ।

 

Get real time updates directly on you device, subscribe now.