fbpx

ମେ ୪ ପରେ ଅରେଞ୍ଜ ଓ ଗ୍ରୀନ୍ ଜୋନରେ ଖୋଲିବ ସେଲୁନ୍ ଓ ବିୟୁଟି ପାର୍ଲର

କରୋନା ଭାଇରସର ମାମଲା ବଢିଚାଲିଥିବାରୁ ଲକ୍-ଡାଉନ୍ ଅବଧିକୁ ପୁଣି ୨ ସପ୍ତାହ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଏହି କ୍ରମରେ ମେ ୩ରେ ଶେଷ ହେବାକୁ ଯାଉଥିବା ଲକ୍-ଡାଉନ୍ ମେ ୧୭ରେ ଖୋଲିବ । ଏହା ସହ ଦେଶର ୭୩୩ ଜିଲ୍ଲାକୁ କରୋନା ଆଧାରରେ ରେଡ୍, ଗ୍ରୀନ୍ ଓ ଅରେଞ୍ଜ ଜୋନରେ ବଣ୍ଟାଯାଇଛି । ବର୍ତ୍ତମାନ ସୁଦ୍ଧା କୌଣସି ଜୋନରେ ସେଲୁନ୍ ବା ଅନ୍ୟ କୌଣସି ନୂଆ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇନି । କିନ୍ତୁ ମେ ୪ରୁ ଅରେଞ୍ଜ ଓ ଗ୍ରୀନ ଜୋନରେ ନୂଆ ଦୋକାନ ଓ ସେଲୁନ୍, ବିୟୁଟି ପାର୍ଲର ଖୋଲିବାକୁ ଆଜି ଗୃହମନ୍ତ୍ରାଳୟ ଅନୁମତି ଦେଇଛନ୍ତି । ତେବେ ଗୃହ ମନ୍ତ୍ରାଳୟ ରେଡ୍ ଜୋନରେ ୧୩୦ଟି ଜିଲ୍ଲା, ଅରେଞ୍ଜ ଜୋନରେ ୨୮୪ ଜିଲ୍ଲା ଓ ଗ୍ରୀନ ଜୋନରେ ୩୧୯ଟି ଜିଲ୍ଲାକୁ ରଖିଛନ୍ତି ।

Get real time updates directly on you device, subscribe now.