fbpx
BJD SKY
BJD SKY

ଅଲଗା ହେଲେ ଲୋକପ୍ରିୟ ଯୋଡ଼ି ସମାନ୍ଥା-ନାଗା ଚୈତନ୍ୟା, ୨୦୧୭ରେ କରିଥିଲେ ବିବାହ

BJD

ନୂଆଦିଲ୍ଲୀ: ରିଲ୍ ଲାଇଫ ରିୟଲ ଲାଇଫ କପଲ ହୋଇଥିବା ତେଲୁଗୁ ସିନେମାର ଲୋକପ୍ରିୟ ଯୋଡ଼ି ସମାନ୍ଥା- ନାଗା ଚୈତନ୍ୟା ନେବାକୁ ଯାଉଛନ୍ତି ଛାଡ଼ପତ୍ର । ତେଲୁଗୁ ଅଭିନେତ୍ରୀ ସମାନ୍ଥା ପ୍ରଭୁ ଏବଂ ଅଭିନେତା ନାଗା ଚୈତନ୍ୟା ବିବାହ ବିଚ୍ଛେଦ ପାଇଁ ନେଇଛନ୍ତି ନିଷ୍ପତ୍ତି । ଦୁଇ ସୁପରଷ୍ଟାର ଏନେଇ ନିଜ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି । ଗତ କିଛି ଦିନ ଧରି ଉଭୟଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିବା ନେଇ ଖବର ଆସୁଥିଲା । ତେବେ ସାଉଥ ସିନେମାର ଲୋକପ୍ରିୟ ଯୋଡ଼ିଙ୍କର ଅଲଗା ହେବାକୁ ତାଙ୍କର ଫ୍ୟାନମାନଙ୍କୁ ନିରାଶ କରିଛି । ଉଭୟ ୨୦୧୭ରେ ବିବାହ ବନ୍ଧନରେ ବାନ୍ଧିହୋଇଥିଲେ ହେଲେ ମାତ୍ର ୪ ବର୍ଷରେ ସେମାନଙ୍କ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିଛି ।

ଉଭୟ ଏନେଇ ଇନଷ୍ଟାଗ୍ରାମରେ ପୋଷ୍ଟ କରିବା ସହ କହିଛନ୍ତି ‘ଅନେକ ଭାବିବା ପରେ ଆମେ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ । ଅନେକ ସମୟ ଧରି ଆମ ମଧ୍ୟରେ ଥିବା ବନ୍ଧୁତା ଆମ ସମ୍ପର୍କର ମୂଳଦୁଆ ଥିଲା । ଆଶା କରୁଛୁ ଆମର ବନ୍ଧୁତା ଆଗକୁ ମଧ୍ୟ ରହିବ । ଆମେ ଆମର ଫ୍ୟାନ୍ସ, ମିଡିଆ ଏବଂ ଶୁଭଚିନ୍ତକଙ୍କୁ ଅନୁରୋଧ କରୁଛୁ ଏହି ସମୟରେ ଏକୁଟିଆ ଛାଡ଼ି ଦିଅନ୍ତୁ ଯାହାଦ୍ୱାରା ଆମେ ଆଗକୁ ବଢ଼ିପାରିବୁ ।

ଏମିତି ଥିଲା ପ୍ରେମ କାହାଣୀ:
ସମାନ୍ଥା ଏବଂ ନାଗା ଚୈତନ୍ୟା ପରସ୍ପରକୁ ୨୦୦୯ରେ ଏକ ଫିଲ୍ମର ସୁଟିଂ ସେଟରେ ଦେଖାହୋଇଥିଲେ । ସେବେଠାରୁ ଉଭୟ ଭଲ ବନ୍ଧୁ ହୋଇଯାଇଥିଲେ । ଏହାପରେ ୨୦୧୪ରେ ସମାନ୍ଥା ନାଗା ଚୈତନ୍ୟାଙ୍କୁ ଡେଟ୍ କରୁଥିବା ନେଇ ଖବର ଆସିଥିଲା, ଏବଂ ୨୦୧୬ରେ ସମାନ୍ଥା ନିଜେ ଏକଥାକୁ ସ୍ୱୀକାର କରିଥିଲେ । ୨୦୧୭ରେ ଗୋଆରେ ଉଭୟ ପରସ୍ପରକୁ ବିବାହ କରିଥିଲେ । ତେବେ ତାଙ୍କର ଏହି ବିବାହ କେବଳ ୪ ବର୍ଷ ତିଷ୍ଠି ପାରିଲା । ଉଭୟ ସେମାନଙ୍କର ୫ମ ଆନିଭର୍ସରି ପୂର୍ବରୁ ବିବାହ ବିଚ୍ଛେଦ ନେଇ ଘୋଷଣା କରିଛନ୍ତି ।

 

View this post on Instagram

 

A post shared by S (@samantharuthprabhuoffl)

 

View this post on Instagram

 

A post shared by Chay Akkineni (@chayakkineni)

Get real time updates directly on you device, subscribe now.