fbpx
BJD SKY
BJD SKY

୪ ୱିକେଟରେ ଜିତିଲା ଦିଲ୍ଲୀ

BJD

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିୟମିର ଲିଗ୍ ୨୦୨୧ର ୪୬ତମ ମ୍ୟାଚରେ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ ପାଞ୍ଚଥର ଆଇପିଏଲ ଜିତି ଚାମ୍ପିୟନ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସକୁ ଚାରି ୱିକେଟରେ ପରାସ୍ତ କରିଛି । ଏହି ଲୋ ସ୍କୋରିଙ୍ଗ ମ୍ୟାଚରେ ଟସ ହାରିବା ସହ ବ୍ୟାଟିଂ କରି ମୁମ୍ବାଇ ୧୨୯ ରନ କରିଥିଲା । ମୁମ୍ବାଇ ଠାରୁ ମିଳିଥିବା ୧୩୦ ରନର ଟାର୍ଗେଟର ଜବାବରେ ଦିଲ୍ଲୀର ଆରମ୍ଭ ଭଲ ନଥିଲା କିନ୍ତୁ ପୂର୍ବ ଅଧିନାୟକ ଶ୍ରେୟସ ଅୟ୍ୟରଙ୍କ ଅପରାଜିତ ୩୩ ରନ ସହ ଟିମ୍ ଚାରି ୱିକେଟରେ ଜିିତିଥିଲା । ମୁମ୍ବାଇ ତରଫରୁ ଟ୍ରେଣ୍ଟ ବୋଲ୍ଟ, ଜୟନ୍ତ ଯାଦବ, କୃଣାଲ ପାଣ୍ଡ୍ୟା, ଜସପ୍ରୀତ ବୁମରା ଏବଂ ନାଥନ କୁଲ୍ଟର ନାଇଲ ଗୋଟିଏ ଗୋଟିଏ ୱିକେଟ ନେଇଥିଲେ ।

Get real time updates directly on you device, subscribe now.