fbpx
BSKY SKY
BSKY SKY

ପିପିଲି ନିର୍ବାଚନରେ ପ୍ରାର୍ଥୀ ଚୟନକୁ ନେଇ ଏମିତି କହିଲେ ସମୀର

BSKY

ପିପିଲି,୧୩ ।୩(ଓଡିଶା ଭାସ୍କର): ପିପିଲି ଉପ-ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନଥିବା ବେଳେ ପ୍ରାର୍ଥୀ ଚୟନକୁ ନେଇ ଚାଲିଛି ଛକାପଞ୍ଝା । ଉପ-ନିର୍ବାଚନକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୟାନ ରଖିଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାଶ । ମନ୍ତ୍ରୀ କହିଛନ୍ତି ଯେ, ‘ପିପିଲି ମୋ ପାଖ ନିର୍ବାଚନ ମଣ୍ଡଳୀ ଯୋଗୁଁ ଲୋକ ସମ୍ପର୍କରେ ଅଛି । ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପରିବାରର ଜଣକୁ ପ୍ରାର୍ଥୀ କରିବାକୁ ଲୋକେ ମତ ଦେଉଛନ୍ତି । ନିର୍ବାଚନ ମଣ୍ଡଳୀ ପାଇଁ ପ୍ରଦୀପ ବାବୁଙ୍କ ବିଶେଷ ଅବଦାନ ଥିଲା । ତେଣୁ ପରିବାର ଜଣକୁ ପ୍ରାର୍ଥୀ କରିବାକୁ ଲୋକେ ଚାହୁଁଛନ୍ତି । ମହାରଥୀଙ୍କ ଅନୁପସ୍ଥିତିକୁ ଲୋକେ ହୃଦୟଙ୍ଗମ କରୁଛନ୍ତି । ମହାରଥୀଙ୍କ ପରିବାରରୁ କାହାକୁ ନବୀନ ପ୍ରାର୍ଥୀ କରୁନ୍ତୁ ବୋଲି ଆଗ୍ରହ ପ୍ରକାଶ କରୁଛନ୍ତି । ଏସମ୍ପର୍କରେ ନେତା ଯାହା ନିଷ୍ପତ୍ତି ନେବେ ଲୋକମାନେ ଗ୍ରହଣ କରିବେ ।’

Get real time updates directly on you device, subscribe now.