fbpx

ମାଟ୍ରିକ୍ ସମେଟିଭ ଆସେସମେଣ୍ଟ ହେବ କି ନାହିଁ ? ଜାଣନ୍ତୁ ଗଣଶିକ୍ଷା ମନ୍ତ୍ରୀଙ୍କ ଉତ୍ତର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଜାନୁଆରୀ ୫ରେ ହେବାକୁ ଥିବା ମାଟ୍ରିକ ସମେଟିଭ୍ ଆସେସମେଣ୍ଟ ପରୀକ୍ଷା ହେବ କି ନାହିଁ ବୋଲି ଛାତ୍ରଛାତ୍ରୀଙ୍କ ମନରେ ପ୍ରଶ୍ନ ଉଙ୍କିମାରୁଛି । ଏହି ପ୍ରସଙ୍ଗରେ ଉତ୍ତର ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ମାଟ୍ରିକ ସମେଟିଭ ଆସେସମେଣ୍ଟ ପରୀକ୍ଷା ନିଶ୍ଚିତ ହେବ ବୋଲି ସମୀର କହିଛନ୍ତି । କୋଭିଡ କଟକଣାରେ ପାଠପଢ଼ାକୁ ନେଇ ସମୀର କହିଛନ୍ତି ଯେ, ‘ସ୍କୁଲମାନଙ୍କ ପାଇଁ ଆମେ ଆଗରୁ ଆଲର୍ଟ ଜାରି କରିଛୁ । ଡିଇଓମାନଙ୍କ ସହ ଯୋଗାଯୋଗରେ ଅଛୁ । ଏହା ସହ ନୋଡାଲ ଅଫିସରମାନେ ମଧ୍ୟ ନଜର ରଖିଛନ୍ତି ।’

ସ୍କୁଲମାନଙ୍କରେ ସ୍ୱାସ୍ଥ୍ୟ ବିଭାଗର ଗାଇଡଲାଇନକୁ ପାଳନ କରାଯାଉଛି । ଜାନୁଆରୀ ୫ରେ ମାଟ୍ରିକ ସମେଟିଭ ଆସେସମେଣ୍ଟ ନିଶ୍ଚିତ ହେବ । ବୋର୍ଡ ପରୀକ୍ଷା ପୂର୍ବରୁ ସମେଟିଭ୍ ଆସେସମେଣ୍ଟ ଜରୁରୀ ବୋଲି ସମୀର କହିଛନ୍ତି । କାହିଁକି ନା ଜେନେରାଲ ପରୀକ୍ଷା କରି ନପାରିଲେ ଆସେସମେଣ୍ଟ କାମରେ ଲାଗିବ ବୋଲି ମନ୍ତ୍ରୀ ନିଜର ପ୍ରତିିକ୍ରିୟାରେ କହିଛନ୍ତି ।

Get real time updates directly on you device, subscribe now.