fbpx

ଭାରତୀୟ ବଜାରରେ ଲଞ୍ଚ ହେଲା Samsung Galaxy M13 ସ୍ମାର୍ଟଫୋନ୍

Advertisement

ନୂଆଦିଲ୍ଲୀ: ସାମସଙ୍ଗ ଏହାର ନୂଆ ସ୍ମାର୍ଟଫୋନ ସାମସଙ୍ଗ ଗାଲାକ୍ସୀ ଏମ ୧୩ କୁ ଭାରତରେ ଲଞ୍ଚ କରିଛି । ଏହି ନୂଆ ଫୋନ୍ ସାମସଙ୍ଗ ଏମ ୧୨ ର ଅପଗ୍ରେଡ ଭର୍ଜନ । ଗାଲାକ୍ସୀ ଏମ ୧୩ ରେ ଅକ୍ଟାକୋର ଏକ୍ସିନୋସ୍ ଚିପସେଟ୍ ଦ୍ୱାରା ପରିଚାଳିତ । ଏଥିରେ ୫୦୦୦ ଏମଏଏଚର ବ୍ୟାଟେରୀ ପ୍ୟାକ୍ ରହିଛି, ୬.୬ ଇଞ୍ଚର ଫୁଲ ଏଚଡି ଡିସପ୍ଲେ ଏବଂ ଏଲଇଡି ଫ୍ଲାଶ ସହ ଟ୍ରିପଲ ରିୟର କ୍ୟାମେରା ସେଟଅପ୍ ଦେଖିବାକୁ ମିଳିବ ।

ସାମସଙ୍ଗ ଗାଲାକ୍ସୀ ଏମ ୧୩ ସ୍ମାର୍ଟଫୋନ ଆଣ୍ଡ୍ରଏଡ୍ ୧୨ ଉପରେ ଆଧାରିତ ୱାନ ଟଚ୍ ୟୁଆଇ ୪.୧ ଦ୍ୱାରା ପରିଚାଳିତ । ଫୋନରେ ୬.୬ ଇଞ୍ଚର ଫୁଲ ଏଚଡି ପ୍ଲସ ଇନଫିନିଟି-ଭି ଡିସପ୍ଲେ ଦିଆଯାଇଛି । ଫୋନରେ ଅକ୍ଟାକୋର ଏକ୍ସିନସ ୮୫୦ ପ୍ରୋସେସର ଦିଆଯାଇଛି । ଏହି ଫୋନକୁ ୪+୬୪ ଜିବି ଏବଂ ୪+୧୨୮ ଜିବି ଭାରିଏଣ୍ଟରେ ଲଞ୍ଚ କରାଯାଇଛି । ଫୋନର ଷ୍ଟୋରେଜକୁ ୧ ଟିବି ପର୍ଯ୍ୟନ୍ତ ବଢ଼ାଯାଇପାରିବ ।

ଫୋନର କ୍ୟାମେରା ବିଷୟରେ କହିଲେ ଏଥିରେ ଟ୍ରିପଲ ରିୟର କ୍ୟାମେରା ଦେଖିବାକୁ ମିଳିବ । ଯେଉଁଥିରେ ୫୦ ମେଗାପିକ୍ସେଲର ମେନ୍ କ୍ୟାମେରା ରହିଛି । ଏହା ସହ ୫ ମେଗାପିକ୍ସଲର ଅଲ୍ଟ୍ରା-ୱାଇଡ ସେନ୍ସର ଏବଂ ୨ ମେଗାପିକ୍ସଲର ଡେପ୍ଥ ସେନ୍ସର ଦିଆଯାଇଛି । ସେହିଭଳି ସେଲ୍ଫୀ ପାଇଁ ଫୋନରେ ୮ ମେଗାପିକ୍ସଲର ପ୍ରଣ୍ଟ କ୍ୟାମେରା ରହିଛି ।

ବ୍ୟାଟେରୀ ରେ ୫୦୦୦ ଏମଏଏଚର ଦମଦାର ବ୍ୟାଟେରୀ ଦେଖିବାକୁ ମିଳିବ । ଏଥିରେ ୧୫ ୱାଟର ଫାଷ୍ଟ ଚାର୍ଜିଂର ସୁବିଧା ରହିଛି । ସେହିଭଳି ଅନ୍ୟାନ୍ୟ ଫିଚର୍ସ କହିଲେ ଫୋନରେ ବ୍ଲୁଟୁଥ୍, ଏନଏଫସି, ୱାଇ-ଫାଇ, ୟୁଏସବି ଟାଇପ-ସି, ୩.୫ ଏମଏମ ଜ୍ୟାକ୍, ଭର୍ଚୁଆଲ ଲାଇଟସେନ୍ସର ଭଳି ଅନେକ ଫିଚର୍ସ ରହିଛି । ଫୋନରେ ସାଇଡ ମାଉଣ୍ଟେଡ ଫିଙ୍ଗରପ୍ରିଣ୍ଟ ରହିଛି ।

Get real time updates directly on you device, subscribe now.