fbpx

ବନ୍ଦ ହୋଇପାରେ ସାମସଙ୍ଗ ଗାଲାକ୍ସି ନୋଟ ସିରିଜ

ନୂଆଦିଲ୍ଲୀ, ୨ା୧୨: ଦକ୍ଷିଣ କୋରିଆର ପ୍ରସିଦ୍ଧ ମୋବାଇଲ ହାଣ୍ଡସେଟ୍ ନିର୍ମାତା କମ୍ପାନୀ ସାମସଙ୍ଗ ଏହାର ଗାଲାକ୍ସି ନୋଟ ସିରିଜକୁ ବନ୍ଦ କରିବାକୁ ଯାଉଛି । ଯଦିଓ ବିଶ୍ୱବ୍ୟାପି ମାର୍କେଟରେ ଏହି ସିରିଜର ଚାହିଦା ଅଧିକ ରହିଛି, ତଥାପି କମ୍ପାନୀ ତରଫରୁ ଗାଲାକ୍ସି ନୋଟ ସିରିଜ ବଦଳରେ ଗାଲାକ୍ସି ଫୋଲ୍ଡ ସିରିଜକୁ ଲଞ୍ଚ କରିବାକୁ ଯୋଜନା ଚାଲିଛି । ତେବେ ଆସନ୍ତା ବର୍ଷ ଠାରୁ କମ୍ପାନୀ ଗାଲାକ୍ସି ନୋଟ ସିରିଜର ଉତ୍ପାଦନ ଆଉ କରିବ ନାହିଁ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି ।

Get real time updates directly on you device, subscribe now.