fbpx

OPSCର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଲେ ସନତ କୁମାର ମହାନ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସସି)ର ନୂଆ ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦିଆଯାଇଛି । ସନତ କୁମାର ମହାନ୍ତିଙ୍କୁ ଓପିଏସସିର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ସତ୍ୟଜିତ ମହାନ୍ତିଙ୍କ ସ୍ଥାନରେ ସନତଙ୍କୁ ଓପିଏସସି ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି । ବର୍ତ୍ତମାନ ସନତ ଓପିଏସସିର ସଦସ୍ୟ ଭାବେ କାର୍ଯ୍ୟ କରୁଥିବା ବେଳେ ସେ ଖୁବଶୀଘ୍ର ଓପିଏସସିର ଅଧ୍ୟକ୍ଷ ଦାୟିତ୍ୱ ନେବେ ।

ସୂଚନା ମୁତାବକ, ଆସନ୍ତାକାଲି ଠାରୁ ସନତ ଓପିଏସସିର ନୂଆ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବେ । ସନତଙ୍କ କାର୍ଯ୍ୟକାଳ ସମୟରେ ଓପିଏସସିରେ ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦିତ ହେବ । ନିଯୁକ୍ତି ସହିତ ଶିକ୍ଷା କ୍ଷେତ୍ରରେ ଓପିଏସସିକୁ ସନତ ଆଗକୁ ନେବେ ବୋଲି ସମସ୍ତେ ଆଶାବାଦୀ ରହିଛନ୍ତି । ସନତଙ୍କ ନିଯୁକ୍ତି ନେଇ ରାଜ୍ୟ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ସନତଙ୍କୁ ଓପିଏସସିର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି । ଭାରତୀୟ ସମ୍ବିଧାର ଆର୍ଟିକଲ ୩୧୬ର ଧାରା (୧ଏ) ଅନୁସାରେ ସନତଙ୍କୁ ନିଯୁକ୍ତି ଦିଆଯାଇଛି । ଅଗଷ୍ଟ ମାସ ୩ ତାରିଖରୁ ସନତଙ୍କର ନୂଆ ନିଯୁକ୍ତି କାର୍ଯ୍ୟକ୍ଷମ ହେବ । ଅନ୍ୟପକ୍ଷରେ ଦୀର୍ଘ ୩୮ ବର୍ଷ ଧରି ଜନସେବା କରିବା ପରେ ଅବସର ଗ୍ରହଣ କରିବେ ସତ୍ୟଜିତ । ଓଏନଜିସିରୁ କ୍ୟାରିୟର ଆରମ୍ଭ କରି ପରବର୍ତ୍ତୀ ସମୟରେ ଆଇଆରଟିଏସ, ଆଇପିଏସ ଭାବେ କାର୍ଯ୍ୟ କରି ଉଚ୍ଚପ୍ରଶଂସିତ ହୋଇଛନ୍ତି ସତ୍ୟଜିତ ।

Get real time updates directly on you device, subscribe now.