fbpx

ନଦୀ କୂଳରେ ବାଲି ଖୋଳୁ ଖୋଳୁ ଅଚାନକ୍ ଏମିତି କିଛି ଦେଖାଗଲା, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ

ନଦୀ କୂଳରୁ ବାଲି ଖୋଳୁ ଖୋଳୁ ଲୋକଙ୍କୁ ଏକ ଆଶ୍ଚର୍ଯ୍ୟଜନକର ଘଟଣା ଦେଖିବାକୁ ମିଳିଲା । ଅଚାନକ୍ ବାଲିରେ ପୋତି ହୋଇ ରହିଥିବା ଏକ ବିରାଟ ମନ୍ଦିର ସାମ୍ନାରେ ଦେଖିବାକୁ ମିଳିଲା, ଯାହାକୁ ବହୁ ବର୍ଷ ପୁରୁଣା ମନ୍ଦିର କୁହାଯାଉଛି ।

ତେବେ ଗତ ମଙ୍ଗଳବାର ଆନ୍ଧ୍ରପଦେଶର ନେଲ୍ଲୋର ଜିଲ୍ଲାରେ ଏହି ମନ୍ଦିର ବାହାରିଛି । ନେଲ୍ଲୋର ଜିଲ୍ଲାର ପେରୂମାଲ୍ଲାପାଡୁ ଗାଁର ପନ୍ନା ନଦୀ କୂଳରେ ଏହି ମନ୍ଦିରଟି ଉଭା ହୋଇଛି । ଖବର ମୁତାବକ, ଏହା ଏକ ଶିବ ମନ୍ଦିର, ଯାହାକୁ ୨୦୦ ବର୍ଷ ପୁରୁଣା ବୋଲି ଲୋକେ କହୁଛନ୍ତି । ଅନ୍ୟପଟେ କେହି ଏହାକୁ ଶହ ଶହ ବର୍ଷର ପୁରୁଣା ମନ୍ଦିର ବୋଲି ମଧ୍ୟ କହୁଛନ୍ତି ।

ଗଣମାଧ୍ୟମର ରିପୋର୍ଟ ମୁତାବକ, ଏହି ମନ୍ଦିର ଗଠନ ଐତିହାସିକ ନାଗେଶ୍ୱର ସ୍ୱାମୀ ମନ୍ଦିର ପରି ଦୃଶ୍ୟ ହେଉଛି । କୁହାଯାଉଛି ଯେ, ଏହି ମନ୍ଦିରକୁ ଭଗବାନ୍ ପର୍ଶୁରାମଙ୍କ ଦ୍ୱାରା ନିର୍ମିତ ହୋଇଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହି ମନ୍ଦିର ବିଷୟରେ ପ୍ରତ୍ନତତ୍ତ୍ୱ ବିଦ୍ୱାନଙ୍କ ପାଖରେ କୌଣସି ଠୋସ୍ ପ୍ରମାଣ ନାହିଁ ।

Get real time updates directly on you device, subscribe now.