fbpx

ସଞ୍ଜୟ କୁମାର ସିଂହ ନୂଆ ବିଏମସି କମିଶନର

ଭୁବନେଶ୍ୱର, ୧୨ା୫ (ଓଡିଶା ଭାସ୍କର): କରୋନା ସମୟରେ ବଦଳିଲେ ବିଏମସି କମିଶନର । ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ଜିଏ ବିଭାଗର ଓଏସଡି ଭାବେ ନିଯୁକ୍ତି ଦିଆଯାଇଛି । ଶ୍ରୀ ଚୌଧୁରୀଙ୍କ ସ୍ଥାନରେ ନୂଆ ବିଏମସି କମିଶନର ହୋଇଛନ୍ତି ସଞ୍ଜୟ କୁମାର ସିଂହ ।

ସଞ୍ଜୟ କୁମାର ସିଂହ ହେଉଛନ୍ତି ୧୯୯୭ ବ୍ୟାଚର ଆଇଏଏସ ଅଫିସର । ବିଏମସି କମିଶନର ସହ ବିଡିଏ ଉପାଧ୍ୟକ୍ଷ ଓ ଭୁବନେଶ୍ୱର ସ୍ମାର୍ଟ ସିଟି ସିଇଓ ଭାବେ ସଞ୍ଜୟଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସଞ୍ଜୟ ବର୍ତ୍ତମାନ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗ ସଚିବ ଭାବେ ଅବସ୍ଥାପିତ ଅଛନ୍ତି । ସେହିପରି ହେମନ୍ତ ଶର୍ମାଙ୍କୁ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ଡ. କ୍ରୀଷନ କୁମାରଙ୍କୁ ଇଡକୋ ସିଏମଡି ଭାବେ ନିଯୁକ୍ତି ଦିଆଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.