fbpx
BSKY SKY
BSKY SKY

୨୨ ସେପ୍ଟେମ୍ବରରେ ପଡୁଛି ସନ୍ତାନ ସପ୍ତମୀ: ସନ୍ତାନ ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ

BSKY

ସନ୍ତାନ ପ୍ରାପ୍ତି ପାଇଁ ସନ୍ତାନ ସପ୍ତମୀ ବହୁ ଫଳପ୍ରଦ ବୋଲି ବିଶ୍ୱାସ କରାଯାଏ । ଚଳିତ ବର୍ଷ ସନ୍ତାନ ସପ୍ତମୀ ୨୨ ସେପ୍ଟେମ୍ବରରେ ପଡୁଛି । ଏହାକୁ ଲଳିତା ସପ୍ତମୀ ଏବଂ ମୁକ୍ତଭରଣା ସପ୍ତମୀ ନାମରେ ମଧ୍ୟ ଜଣାଯାଏ । ମାନ୍ୟତା ରହିଛି ଯେ, ଯେଉଁ ମହିଳାମାନଙ୍କର ପିଲା ହେଉନାହିଁ, ସେମାନେ ଏହି ବ୍ରତ କରିବା ଉଚିତ୍ । ଏହାରି ପ୍ରଭାବରେ ଖୁବ ଶିଘ୍ର ସେମାନଙ୍କ କୋଳଭରି ଯାଏ । ଏହି ବ୍ରତ ବିଶେଷ କରି ସନ୍ତାନ ପ୍ରାପ୍ତି, ସନ୍ତାନ ସୁରକ୍ଷା ଏବଂ ସନ୍ତାନଙ୍କ ଉନ୍ନତି ପାଇଁ କରାଯାଏ । ଆସନ୍ତୁ ଜାଣିବା ସନ୍ତାନ ସପ୍ତମୀ ପୂଜାର ମୂହୁର୍ତ୍ତ ଏବଂ ଉପାୟ ।

ମୂହୁର୍ତ୍ତ: ଭାଦ୍ରବ ମାସ ଶୁକ୍ଳ ସପ୍ତମୀ ତିଥିର ଆରମ୍ଭ: ୨୧ ସେପ୍ଟେମ୍ବରର ଦ୍ୱିପ୍ରହର ୨ଟା ୧୪
ସମାପ୍ତ ହେବ: ୨୨ ସେପ୍ଟେମ୍ବରର ଦ୍ୱିପ୍ରହର ୧ଟା ୩୫

-ବ୍ରହ୍ମ ମୂହୁର୍ତ୍ତ: ଭୋର ୪ଟା ୩୫ ରୁ ସକାଳ ୦୫ଟା ୨୨
-ଅଭିଜିତ ମୂହୁର୍ତ୍ତ: ସକାଳ ୧୧.୪୯ ରୁ ଦ୍ୱିପ୍ରହର ୧୨ଟା ୩୮ମିନିଟ୍
-ଗୋଧୂଳି ମୂହୁର୍ତ୍ତ: ସଂଧ୍ୟା ୦୬ଟା ୧୮ ମିନିଟରୁ ସଂଧ୍ୟା ୬ଟା ୪୨ ମିନିଟ ପର୍ଯ୍ୟନ୍ତ
-ଅମୃତ କାଳ: ସକାଳ ୬ଟା ୪୭ ମିନିଟରୁ ସକାଳ ୮.୨୩ ପର୍ଯ୍ୟନ୍ତ

ସନ୍ତାନ ପ୍ରାପ୍ତି ପାଇଁ: ସନ୍ତାନ ସପ୍ତମୀ ଦିନ ଯେଉଁ ମହିଳାଙ୍କ କୋଳ ଶୂନ୍ୟ ରହିଛି ସେମାନେ ନିର୍ଜଳା ବ୍ରତ ରଖି ଭଗବାନ ଶିବଙ୍କୁ ସୂତା ଡୋର ଅର୍ପଣ କରନ୍ତୁ । ସନ୍ତାନ ସପ୍ତମୀ କଥାକୁ ଶ୍ରବଣ କରନ୍ତୁ, ପୂଜା ପରେ ଏହି ଡୋରକୁ ନିଜ ବେକରେ ଧାରଣ କରନ୍ତୁ । ମାନ୍ୟତା ଅନୁଯାୟୀ, ଏହା କରିବା ଦ୍ୱାରା ଜଣେ ଖୁବ ଶିଘ୍ର ସନ୍ତାନ ପ୍ରାପ୍ତି କରିଥାଏ ।

ପିଲାମାନଙ୍କ ଭଲ କ୍ୟାରିୟର ପାଇଁ: ସନ୍ତାନର ସୁଖ-ସମୃଦ୍ଧି ପାଇଁ ଏହି ବ୍ରତକୁ ସବୁଠାରୁ ଉତ୍ତମ ବୋଲି କୁହାଯାଏ । ଏହି ଦିନ ସ୍ତ୍ରୀମାନେ ବ୍ରତ ରଖି ସଂଧ୍ୟା ବେଳେ ଶିବ ପାର୍ବତୀଙ୍କୁ ଗୁଡରେ ତିଆରି ହୋଇଥିବା ୭ଟି ପୁଆ ଭୋଗ ଲଗାନ୍ତୁ । ମନ୍ୟତା ଅନୁସାରେ, ଏହା କରିବା ଦ୍ୱାରା ପିଲାମାନଙ୍କ ପ୍ରତି ଅସୁଥିବା ବାଧା ବିଘ୍ନ ଦୂରେଇ ଯାଏ ।

ସନ୍ତାନଙ୍କୁ ମିଳିବ ଦୀର୍ଘାୟୁ: ସନ୍ତାନ ସପ୍ତମୀରେ ବ୍ରତରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଅନ୍ତୁ ଏବଂ ପୁଣି ଶିବଙ୍କୁ ୨୧ଟି ବେଲପତ୍ର ଏବଂ ମାଆ ପାର୍ବତୀଙ୍କୁ ନଡ଼ିଆ ଚଢାନ୍ତୁ । ମାନ୍ୟତା ମୁତାବକ ଏହା କରିବା ଦ୍ୱାରା ସନ୍ତାନ ପ୍ରାପ୍ତି ହେବା ସହ ପିଲାମାନେ ଦିର୍ଘାୟୁ ହୁଅନ୍ତି ଏବଂ ସମସ୍ତ ଦୁଃଖ ଦୂର ହୋଇଯାଏ ।

Get real time updates directly on you device, subscribe now.