fbpx

ଆରପାରିରେ ସନ୍ତୁର ବାଦକ ପଣ୍ଡିତ ଶିବ କୁମାର ଶର୍ମା

Advertisement

ନୂଆଦିଲ୍ଲୀ: ପ୍ରଖ୍ୟାତ ସନ୍ତୁର ବାଦକ ପଣ୍ଡିତ ଶିବ କୁମାର ଶର୍ମା ଆଉ ନାହାନ୍ତି । ୮୪ ବର୍ଷ ବୟସରେ ସେ ଆରପାରିକୁ ଚାଲିଯାଇଛନ୍ତି । ଭାରତୀୟ ସଙ୍ଗୀତ ଜଗତର ଏହି ଉଜ୍ଜ୍ୱଳ ନକ୍ଷତ୍ର ସବୁଦିନ ପାଇଁ ଲିଭି ଯାଇଛନ୍ତି । ସବୁଠାରୁ ଦୁଃଖର ବିଷୟ ହେଉଛି ଯେ, ଆସନ୍ତା ୧୫ ତାରିଖରେ ଶିବଙ୍କ ଇଭେଣ୍ଟ ହେବାକୁ ଥିଲା, ମାତ୍ର ତା’ ପୂର୍ବରୁ ସେ ଆରପାରିକୁ ଚାଲିଯାଇଛନ୍ତି । ଏହି କାର୍ଯ୍ୟକ୍ରମ ଅବସରରେ ଶିବଙ୍କ ସହ ହରି ପ୍ରସାଦ ଚୌରାସିଆ ଗୀତ ଗାଇବାର ଥିଲା ।

ଫିଲ୍ମ ଜଗତରେ ପଣ୍ଡିତ ଶିବଙ୍କର ଅନେକ ଯୋଗଦାନ ରହିଥିଲା । ଶିବ-ହରିଙ୍କ ଯୋଡ଼ି ଅନେକ ହିଟ୍ ଗୀତ ନିଜ ନାମରେ କରିଥିଲେ । ଚାନ୍ଦିନୀ ଫିଲ୍ମର ଗୀତ ‘ମେରେ ହାଥୋଁ ମେଁ ନୌ-ନୌ ଚୁଡ଼ିଆଁ’ ଗୀତ ଶିବଙ୍କ ପାଇଁ ପ୍ରସିଦ୍ଧି ଆଣିଦେଇଥିଲା । ତେବେ ଶିବଙ୍କ ଅଚାନକ ମୃତ୍ୟୁ ଫଳରେ ଭାରତୀୟ ଫିଲ୍ମ ଓ ସଙ୍ଗୀତ ଜଗତର ଅନେକ ସେଲିବ୍ରେଟି ଗଭୀର ଦୁଃଖପ୍ରକାଶ କରିଛନ୍ତି । ଏଥିସହିତ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବହୁ ନେତା, ମନ୍ତ୍ରୀ, କ୍ରୀଡ଼ାବିତମାନେ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସାନ୍ତ୍ୱନା ଦେଇଛନ୍ତି ।

୧୯୩୮ ମସିହା ଜାନୁଆରୀ ମାସ ୧୩ ତାରିଖରେ ଶିବ ଜମ୍ମୁ କଶ୍ମୀରରେ ଜନ୍ମଗ୍ରହଣ କରିଥିଲେ । ସେ ତାଙ୍କର ପିତାଙ୍କ ଠାରୁ ପ୍ରଥମେ ଭୋକାଲ ଓ ତବଲା ଶିକ୍ଷା ଗ୍ରହଣ କରିବା ପରେ ୧୩ ବର୍ଷ ବୟସରେ ସନ୍ତୁର ଶିକ୍ଷାଲାଭ କରିଥିଲେ । ଏହାପରେ ୧୯୫୫ରେ ସେ ମୁମ୍ବାଇରେ ସାଧାରଣ କାର୍ଯ୍ୟକ୍ରମରେ ସଙ୍ଗୀତ ପରିବେଷଣ କରିôଥଲେ । କଳାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶିବଙ୍କୁ ସଙ୍ଗୀତ ନାଟକ ଏକାଡେମୀ ଆୱାର୍ଡ, ପଦ୍ମଶ୍ରୀ, ପଦ୍ମବିଭୂଷଣ ଆଦି ସମ୍ମାନରେ ସମ୍ମାନିତ କରାଯାଇଥିଲା ।

Get real time updates directly on you device, subscribe now.