fbpx

ପୃଥ୍ୱୀ ଶ’ଙ୍କ ସହ ଝଗଡା ମାମଲାରେ ସପନା ଗିଲଙ୍କୁ ମିଳିଲା ଜାମିନ: ଦେବେ ଜରିମାନା

ମୁମ୍ବାଇ: କ୍ରିକେଟର ପୃଥ୍ୱୀ ଶ’ଙ୍କ ସହ ହୋଇଥିବା ବିବାଦକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ସପନା ଗିଲ । ତେବେ ଏହି ମାମଲାରେ ତାଙ୍କ ଜାମିନ ଆବେଦନକୁ ମଞ୍ଜୁରୀ ମିଳିଯାଇଛି । ସପନାଙ୍କ ସହିତ ଅନ୍ୟ ୨ ଅଭିଯୁକ୍ତଙ୍କୁ ମଧ୍ୟ ଜାମିନ ପ୍ରଦାନ କରିଛନ୍ତି ମାନ୍ୟବର କୋର୍ଟ । ତେବେ ସପନାଙ୍କ ସମେତ ମୋଟ ୮ ଜଣ ପୃଥ୍ୱୀ ଶ’ଙ୍କ କାରକୁ ଆକ୍ରମଣ ସହ ତାଙ୍କୁ ଅସଦାଚରଣ ଏବଂ ଟଙ୍କା ମାଗିବା ଅଭିଯୋଗରେ ସାମିଲ ହୋଇଛନ୍ତି ।

ତେବେ ଏହି ମାମଲାରେ ପ୍ରଥମେ ୮ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇଥିଲା ପୋଲିସ । ରିମାଣ୍ଡ ଅବଧି ଶେଷ ହେବା ପରେ ଆଜି ମାଜିଷ୍ଟ୍ରେଟ ଅଦାଲତରେ ହାଜର ହୋଇଥିଲେ ସମସ୍ତ ଅଭିଯୁକ୍ତ । ଏହାପରେ ଅନେ୍ଧରୀ କୋର୍ଟରେ ସପନା ଗିଲଙ୍କ ଜାମିନ ପାଇଁ ଆବେଦନ କରାଯାଇଥିଲା । ତେବେ ସମସ୍ତ ଦିଗକୁ ବିଚାର କରି ମାନ୍ୟବର କୋର୍ଟ ସପନାଙ୍କୁ ୧୦,୦୦୦ଟଙ୍କା ଜରିମାନା ଲଗାଇବା ସହ ଜାମିନ ପ୍ରଦାନ କରିଛନ୍ତି । ସପନା ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ୧୪୩, ୧୪୮(ଦଙ୍ଗା), ୩୮୪ ଏବଂ ୫୦୬ ଧାରା ସହିତ ମାମଲା ରୁଜୁ କରିଛି ।

ତେବେ ପୋଲିସ ଆରୋପୀଙ୍କୁ ହଇରାଣ କରିବା ଉଦ୍ଦେଶ୍ୟରେ ଅତ୍ୟଧିକ ଧାରା ଲଗାଇଥିବା ଯୁକ୍ତି କରିଛନ୍ତି ସପନାଙ୍କ ଓକିଲ କାଶିଫ ଅଲୀ ଖାନ । ସେପଟେ ପୋଲିସ ଏହି ରିମାଣ୍ଡ ଅବଧି ବଢାଇବା ପାଇଁ କୋର୍ଟରେ ଆବେଦନ କରିଥିଲେ । କିନ୍ତୁ କୋର୍ଟ ଏହାକୁ ଖାରଜ କରିବା ସହ ସପନାଙ୍କୁ ଜାମିନ ପ୍ରଦାନ କରିଛନ୍ତି ।

Get real time updates directly on you device, subscribe now.