fbpx

ପ୍ରତିଶୋଧ ନେଲେ ସରପଞ୍ଚ ପ୍ରାର୍ଥୀ: ପଞ୍ଚାୟତ ନିର୍ବାଚନ ହାରିବାରୁ କଲେ ଏମିତି କାମ

ରାୟଗଡା: ନିର୍ବାଚନରେ ହାରିଗଲେ ବୋଲି ରାସ୍ତା କାଟି ବାଟ ବନ୍ଦ କଲେ ସରପଞ୍ଚ ପ୍ରାର୍ଥୀ । ନିର୍ବାଚନ ହାରିଯିବାରୁ ପ୍ରତିଶୋଧ ପରାଣୟ ହୋଇ ସରପଞ୍ଚ ପ୍ରାର୍ଥୀ ଏମିତି କରିଥିବା ନେଇ ଅଭିଯୋଗ ହୋଇଛି । ଏହି ଘଟଣା ଦେଖିବାକୁ ମିଳିଛି । ପାରଳାଖେମୁଣ୍ଡି ଗଙ୍ଗାବାଡ଼ ପଞ୍ଚାୟତରେ । ଆନ୍ଧ୍ର-ଓଡ଼ିଶା ସୀମା ବିବାଦକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଏହି ପଞ୍ଚାୟତରେ ଦେଖିବାକୁ ମିଳିଛି ଅର୍ନ୍ତକନ୍ଦଳ ।

ସୂଚନା ଅନୁଯାୟୀ ଚଳିତ ପଞ୍ଚାୟତ ନିର୍ବାଚନରେ ପଞ୍ଚାୟତରେ ବାରିକ ଶବର ଏବଂ ହରିବନ୍ଧୁ କାର୍ଯୀ ସରପଞ୍ଚ ପଦବୀ ପାଇଁ ପ୍ରତିଦ୍ୱନ୍ଦିତା କରୁଥିଲେ । କିନ୍ତୁ ବାରିକ ଶବର ନିର୍ବାଚନ ହାରିବା ପରେ ପତିଶୋଧ ପରାୟଣ ହୋଇ ସୀମାକୁ ଲାଗି ରହିଥିବା ପାଞ୍ଚଟି ଗାଁର ରାସ୍ତାର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ପଥର ପକାଇ ଅବରୋଧ କରିଛନ୍ତି ତ ଆଉ କେଉଁଠି ରାସ୍ତା ଖୋଳି ଦିଆଯାଇଛି । ତେବେ ଏହାକୁ ସରପଞ୍ଚ ହରିବନ୍ଧୁ କାର୍ଯୀ ଗାରାବନ୍ଧ ଥାନାରେ ବାରିକ ଶବରଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ନିର୍ବାଚନରେ ହାରିବା ପରେ ଆନ୍ଧ୍ରର କିଛି ନେତାଙ୍କ ପ୍ରଲୋଚନାରେ ପଞ୍ଚାୟତର ଉନୟନ କାର୍ୟ୍ୟକୁ କରାଇନଦେବା ପାଇଁ ହୀନ ଚକ୍ରାନ୍ତ ଆରମ୍ଭ କରିଥିବା ଅଭିଯୋଗ ହୋଇଛି । ଆନ୍ଧ୍ର ନିର୍ବାଚନରେ ହସ୍ତକ୍ଷେପ କରି ନପାରି ପରାଜିତ ପ୍ରାର୍ଥୀକୁ ଅସ୍ତ୍ର କରି ବିଶୃଙ୍ଖଳା ସୃଷ୍ଟି କରିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ପଞ୍ଚାୟତବାସୀଙ୍କ ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ ପାଇଁ ଘଟଣା ସ୍ଥଳରେ ପହଞ୍ଚିଥିଲା ଗାରାବନ୍ଧ ପୋଲିସ ସେହି ସମୟରେ ପରାଜିତ ପ୍ରାର୍ଥୀଙ୍କ ସମର୍ଥକ ମାନେ ପୋଲିସକୁ ଗାଳି ଗୁଲଜ କରିଥିଲେ । ଘଟଣାର ତଦନ୍ତ କରି ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ଥାନା ଅଧିକାରୀ ।

 

Get real time updates directly on you device, subscribe now.