fbpx

ଲାଞ୍ଚ ନେବା ବେଳେ ଧରା ପଡିଲେ ସରକାରୀ ଅଧିକାରୀ : ଚଢାଉ କରି ଟଙ୍କା ସହ ବିଇଓଙ୍କୁ ଗିରଫ କଲା ଭିଜିଲାନ୍ସ

ରାୟଗଡା: ଭିଜିଲାନ୍ସ ଜାଲରେ ଧରା ପଡିଲେ ବିଇଓ । ଲାଞ୍ଚ ନେଉଥିବା ବେଳେ ଗୁଣୁପୁର ବିଇଓଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ । ଜଣେ ଶିକ୍ଷକଙ୍କଠାରୁ ଲାଞ୍ଚ ନେଉଥିବା ସମୟରେ ରାୟଗଡା ଭିଜିଲାନ୍ସ ବିଇଓଙ୍କୁ ଗିରଫ କରିଥିବା ଜଣାଯାଇଛି । ଏଥିସହ ଲାଞ୍ଚ ଆକାରରେ ଦିଆଯାଉଥିବା ଟଙ୍କାକୁ ମଧ୍ୟ ଜବତ କରିଛି ଭିଜିଲାନ୍ସ ଟିମ । ତେବେ ଏ ଘଟଣା ଆହୁରି ନେଇ ଅଧିକ ତଦନ୍ତ ଜାରି ରହିଛି ।

ଗୁଣୁପୁରର ବିଇଓ ଅନ୍ତର୍ଯ୍ୟାମୀ ବେହେରାଙ୍କୁ ଗିରଫ କରିଛି ରାୟଗଡା ଭିଜିଲାନ୍ସ । ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଜାଲରେ ଫସି ଯାଇଛନ୍ତି ଅନ୍ତର୍ଯ୍ୟମୀ । କିଛି ଜରୁରୀ କାଗଜପତ୍ର କରାଇ ଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିବା ଜଣାଯାଇଛି । ଖବର ପାଇ ପୂର୍ବରୁ ଛକି ବସିଥିବା ଭିଜିଲାନ୍ସ ଠିକଣା ସମୟରେ ବିଇଓ ଅନ୍ତର୍ଯ୍ୟାମୀ ବେହେରାକୁ ଗିରଫ କରିଛି । ତେବେ ବିଇଓଙ୍କ ବ୍ୟତୀତ ଅନ୍ୟ କେଉଁ ଅଧିକାରୀ ଏଭଳି କାର୍ଯ୍ୟକଳାପ ସହ ଜଡିତ ଅଛନ୍ତି ସେ ନେଇ ଅଧିକ ତଦନ୍ତ ଜାରି ରଖିଛି ରାୟଗହା ଭିଜିଲାନ୍ସ ।

Get real time updates directly on you device, subscribe now.