fbpx

‘ତୃତୀୟ ବିଶ୍ୱଯୁଦ୍ଧ ହେଲେ ପରମାଣୁ ହେବ ନିର୍ଣ୍ଣାୟକ’: ପୁଣି କଡ଼ା ଚେତାବନୀ ଦେଲା ଋଷ (Watch Video)

ନୂଆଦିଲ୍ଲୀ: ବିଶ୍ୱକୁ ପୁଣି ପରମାଣୁ ବୋମା ଚେତାବନୀ ଦେଲା ଋଷିଆ । ତୃତୀୟ ବିଶ୍ୱଯୁଦ୍ଧ ହେଲେ ପରମାଣୁ ହିଁ ନିର୍ଣ୍ଣାୟକ ହେବ ବୋଲି କହିଲା ଋଷିଆ । ଋଷିଆ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାବରୋଭ ବୁଧବାର ଦେଇଛନ୍ତି ଏହି ଚେତାବନୀ । ତୃତୀୟ ବିଶ୍ୱଯୁଦ୍ଧ ହେଲେ ପରମାଣୁ ହିଁ ଯୁଦ୍ଧ ନିର୍ଣ୍ଣାୟକ ହେବ ଏବଂ ଏହାଦ୍ୱାରା ସାଂଘାତିକ ବିପର୍ଯ୍ୟୟ ସୃଷ୍ଟି ହେବ କହିଲେ ଲାବରୋଭ । ସମସ୍ତ ପ୍ରତିବନ୍ଧକକୁ ସାମ୍ନା କରିବାକୁ ଋଷ ପ୍ରସ୍ତୁତ ବୋଲି କହିଛନ୍ତି ଲାବରୋଭ । ଏହା ସହ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ପାଇଁ ପ୍ରସ୍ତୁତ ଅଛୁ ବୋଲି କହିଛନ୍ତି ଋଷ ବୈଦେଶିକ ମନ୍ତ୍ରୀ ।

ସେପଟେ ମିଳିଥିବା ତାଜା ସୂଚନା ଅନୁଯାୟୀ ଖାରକିଭ୍ ଉପରେ ଋଷ ମିସାଇଲ ଆକ୍ରମଣ କରିଛି । ଖାରକିଭର ସିଟି କାଉନସିଲ ବିଲ୍ଡିଂ ଉପରେ ମିସାଇଲ ମାଡ଼ କରିଛି ଋଷ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.