fbpx

ତୁରନ୍ତ ଖାରକିଭ ଛାଡ଼ନ୍ତୁ ଭାରତୀୟ: ଜରୁରୀକାଳୀନ ଆଡଭାଇଜରି ଜାରି କଲା ଦୂତାବାସ

ନୂଆଦିଲ୍ଲୀ: ଭାରତୀୟଙ୍କ ପାଇଁ ଜାରି ହେଲା ଜରୁରୀକାଳୀନ ଆଡଭଇଜାରି । ତୁରନ୍ତ ଖାରକିଭ୍ ଛାଡ଼ିବାକୁ ଭାରତୀୟଙ୍କୁ ପରାମର୍ଶ । ଖାରକିଭ୍ ଛାଡ଼ିବାକୁ ୟୁକ୍ରେନ ସ୍ଥିତ ଭାରତୀୟ ଦୂତାବାସର ପରାମର୍ଶ । ୟୁକ୍ରେନ ସମୟ ସନ୍ଧ୍ୟା ୬ ଟା ସୁଦ୍ଧା ଖାରକିଭ୍ ଛାଡ଼ିବାକୁ ପରାମର୍ଶ । ଖାରକିଭ ଛାଡ଼ି ୩ ଟି ସ୍ଥାନକୁ ଚାଲିଯିବାକୁ ଦିଆଗଲା ପରାମର୍ଶ । ପେସୋଚୀନ, ବାବାୟେ, ବେଜିଲୁଡୋବା ଚାଲିଯିବାକୁ କୁହାଗଲା । ଯେ କୌଣସି ପରିସ୍ଥିତିରେ ୬ ଟା ସୁଦ୍ଧା ସେଠାକୁ ଚାଲିଯିବାକୁ ନିର୍ଦ୍ଦେଶ । କାଲି କିଭ୍ ଛାଡ଼ି ଚାଲିଯିବାକୁ ଭାରତୀୟଙ୍କ ନିର୍ଦ୍ଦେଶ ଦିଆଯାଇଥିଲା ।

ଉଲ୍ଲେଖଯୋଗ୍ୟ, ରୁଷ ଲଗାତାର ୭ ଦିନରେ ୟୁକ୍ରେନ ଉପରେ ଜାରି ରଖିଛି ଆକ୍ରମଣ । ଏଥିରେ ଅନେକ ସାଧାରଣ ଲୋକଙ୍କ ମୃତ୍ୟୁ ମଧ୍ୟ ହେଲାଣି । ସେପଟେ ୟୁକ୍ରେନରେ ଫସିଥିବା ଭାରତୀୟଙ୍କ ଉଦ୍ଧାର ପାଇଁ ଜାରି ରହିଛି ଉଦ୍ୟମ । ଗତ ତିନି ମଧ୍ୟରେ ୨୬ଟି ବିମାନରେ ୧୨ ହଜାରରୁ ଅଧିକ ଭାରତୀୟଙ୍କୁ ଅଣାଯାଇଛି ।

Get real time updates directly on you device, subscribe now.