fbpx

ଲିକ୍ ହେଲା ପୁତିନଙ୍କ ପ୍ଲାନ: ୟୁକ୍ରେନ ପରେ ଋଷ ଟାର୍ଗେଟରେ ରହିଛି ଆଉ ଏକ ଦେଶ, ଖୁବଶୀଘ୍ର କରିପାରେ ଆକ୍ରମଣ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଆକ୍ରମଣ ପରେ ଋଷ ଉପରେ ଖପା ରହିଛି ସାରା ବିଶ୍ୱ । ଆମେରିକା ସହିତ ଅନେକ ରାଷ୍ଟ୍ର ଋଷ ସହିତ ବିଭିନ୍ନ ପ୍ରକାର ସମ୍ପର୍କ ମଧ୍ୟ ଛିନ୍ନ କରିବା ଆରମ୍ଭ କରି ଦେଲେଣି । ତେବେ ଏହି ସମୟରେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଏବଂ ତାଙ୍କ ସୁଚିନ୍ତିତ ପ୍ଲାନକୁ ନେଇ ଆସିଛି ଭୟାନକ ଖବର । ଯୁଦ୍ଧ ଏବଂ ଆକ୍ରମଣକୁ ନେଇ ପୁତିନ ଏକ ବଡ ପ୍ଲାନ କରିଥିବା ଅନୁମାନ କରାଯାଇଛି । କେବଳ ୟୁକ୍ରେନ ନୁହେଁ ଅନ୍ୟ ଏକ ଦେଶ ଉପରେ ମଧ୍ୟ ଟାର୍ଗେଟ କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ । ତାଙ୍କର ସମସ୍ତ ପ୍ଲାନ ଏବଂ ଟାର୍ଗେଟ ଏବେ ଲିକ ହୋଇସାରିଛି । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା, ୟୁକ୍ରେନ ପରେ କାହା ଉପରେ ଆକ୍ରମଣ କରିବ ଋଷ ସେନା ।

ୟୁକ୍ରେନ ଉପରେ ଆକ୍ରମଣକୁ ଲକ୍ଷ୍ୟ କଲେ ଜଣାପଡୁଛି ଯେ, ଦେଶକୁ ନିଜ ଅଧୀନରେ ନେବାକୁ ପଣ କରିଛି ଋଷ ସେନା । କିନ୍ତୁ ଏହି ସମୟରେ ବେଲାଋଷର ରାଷ୍ଟ୍ରପତି ଏବଂ ପୁତିନଙ୍କ ଘନିଷ୍ଠ ବନ୍ଧୁ ଅଲେକଜାଣ୍ଡାର ଲୁକାଶେଙ୍କୋ ନିଜ ଅଧିକାରୀଙ୍କ ସହ ଆଲୋଚନା କରୁଥିବା ବେଳର ଏକ ଘଟଣା ଲିକ ହୋଇଛି । ଏଥିରେ ଋଷର ଏକ ପ୍ଲାନ ସମ୍ବନ୍ଧରେ ଆଲୋଚନା ହେଉଥିବା ବେଳେ ଯେଉଁଥିରେ ଋଷର ଆଗାମୀ ପ୍ଲାନ ଉପରେ ଆଭାଷ ମିଳିଛି । ୟୁକ୍ରେନ ପରେ ଋଷ ପଡୋଶୀ ରାଷ୍ଟ୍ର ମୋଲଦୋବା ଉପରେ ଆକ୍ରମଣ କରିପାରେ ବୋଲି ଅନୁମାନ କରାଯାଉଛି । ଏକ ବ୍ୟାଟଲ ମ୍ୟାପ ଜରିଆରେ ୟୁକ୍ରେନରେ ଋଷ ଆକ୍ରମଣର ଯୋଜନା ଉପରେ ନିଜ ସୁରକ୍ଷା ପରିଷଦ ସହ ଆଲୋଚନା କରୁଥିଲେ ବେଲାଋଷର ରାଷ୍ଟ୍ରପତି । ଏହି ସମୟରେ ୟୁକ୍ରେନ ପରେ ମାଲଦୋବା ଉପରେ ଆକ୍ରମଣ କରିବା କଥା ମଧ୍ୟ ସେ କହିଦେଇଛନ୍ତି । ଯାହା ଏବେ ଭାଇରାଲ ହେବା ସହ ମାଲଦେବାରେ ମଧ୍ୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ତେବେ ଏ ଘଟଣାରେ କେତେ ସତ୍ୟତା ରହିଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।

Get real time updates directly on you device, subscribe now.