fbpx
BJD SKY
BJD SKY

ସାତକୋଶିଆ ଇକୋ-ରିଟ୍ରିଟ୍ ଉଦଘାଟନ ଆଜି

BJD

ଭୁବନେଶ୍ୱର, ୯ା୧୨ (ଓଡିଶା ଭାସ୍କର): ସାତକୋଶିଆରେ ଇକୋ-ରିଟ୍ରିଟକୁ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ଆଜି ଉଦଘାଟନ କରିବେ । ଏହି ଅବସରରେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଚାଷୀ ଆନ୍ଦୋଳନ ଯୋଗୁଁ ଗତକାଲି ଏହି କାର୍ଯ୍ୟକ୍ରମ ସ୍ଥଗିତ ରହିଥିଲା । ତେବେ କଟକ, କନ୍ଧମାଳ, ପୁରୀ, ସମ୍ବଲପୁର ଓ କେନ୍ଦ୍ରାପଡ଼ା ଆଦି ୫ଟି ଜିଲ୍ଲାରେ ଏହି ଇକୋ ରିଟ୍ରିଟ୍ କାର୍ଯ୍ୟକ୍ରମ ଆରମ୍ଭ ହେବାର ଜଣାଯାଇଛି । ଏହି ସେବା ଫେବୃୟାରୀ ମାସ ୨୮ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ହେବ ବୋଲି ଜଣାଯାଇଛି । ଲୋକମାନେ ତମ୍ବୁ ତଳେ ତାରକା ହୋଟେଲ ଓ ବାରର ଆନନ୍ଦ ଉପଭୋଗ କରିପାରିବେ । ଏଠାରେ ଜଳକ୍ରୀଡ଼ା, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବୋଟିଂର ବ୍ୟବସ୍ଥା କରାଯାଇଛି ।

Get real time updates directly on you device, subscribe now.