fbpx
BJD
BJD SKY
BJD SKY

ପଞ୍ଚ୍ ମ୍ୟାନ ଓଡ଼ିଆ ପୁଅ ରଚିଲେ ଆଉଏକ ରେକର୍ଡ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭାରତର ପଞ୍ଚ୍ ମ୍ୟାନ ଭାବରେ ସୁପରିଚିତ ସତ୍ୟପୀର ପଧାନ, ୨୩ ତାରିଖ ଦିବା ୧୨.୦୫ ଘଟିକାରେ ପୂର୍ବରହିତ ସ୍ଲୋଭାକିଆ ଦେଶର ପ୍ରସିଦ୍ଧ ମୁଷ୍ଟିଯୋଦ୍ଧା ପାଭେଲ୍ ରୁଷୋଭଙ୍କ ଗିନିଜ ବିଶ୍ୱ ରେକର୍ଡ ଭାଙ୍ଗି ଭାରତର ନାମରେ ପ୍ରସିଦ୍ଧି ଆଣିଛନ୍ତି । ଏହି କୃତିତ୍ୱ ପାଇଁ ସାରା ଦେଶର କୋଣ ଅନୁକୋଣରୁ ଶୁଭେଚ୍ଛାର ଶୁଅ ଛୁଟୁଛି । ପୂର୍ବ ରହିତ ଦୁଇ ହାତରେ ସର୍ବାଧିକ ୩୩୪ ଥର ମୁଷ୍ଠି ପ୍ରଘାତର ରେକର୍ଡ ଭାଙ୍ଗି ଶ୍ରୀ ପଧାନ ୩୪୮ ଥର ମୁଷ୍ଠି ପ୍ରଘାତ କରି ନୂଆ ରେକର୍ଡ ସ୍ଥାପନା କରିଛନ୍ତି । ଭୁବନେଶ୍ୱର ବୁଦ୍ଧ ମନ୍ଦିର ପରିସରରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ସୂଚନା ଯୋଗ୍ୟ ଯେ ଶ୍ରୀ ପଧାନ ପୂର୍ବରୁ ୨୦୧୭ରେ ଗୋଟିଏ ଏବଂ ୨୦୧୮ରେ ଗିନିଜ ବିଶ୍ୱ ରେକର୍ଡ ସ୍ଥାପନା କରିଥିଲେ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସମ୍ମାନିତ କରିଥିଲେ । ପୂର୍ବରୁ କରିଥିବା ଦୁଇଟି ବିଶ୍ୱ ରେକର୍ଡ ପାଇଁ ପଞ୍ଚ ମ୍ୟାନ୍ ଭାବରେ ସୁନାମ ଅର୍ଜନ କରିଥିବା ସତ୍ୟପୀର୍ ଦେଶର ଯୁବଗୋଷ୍ଠୀଙ୍କୁ ପ୍ରେରଣା ଯୋଗାଉଛନ୍ତି । କଳାହାଣ୍ଡି ଜିଲ୍ଲା ଦେପୁର୍ ଗ୍ରାମସ୍ଥ ପିତା ଶ୍ରୀ ଅନିରୁଦ୍ଧ ପଧାନ ଓ ମାତା ଶକୁନ୍ତଳା ପଧାନଙ୍କ ସୁପୁତ୍ର ସତ୍ୟପୀରଙ୍କ ପତ୍ନୀ ନିବେଦିତାଙ୍କୁ ନେଇ ସୁଖର ସଂସାର ଚାଲିଛି । ତେବେ ନିଜ ନିଷ୍ଠା ଓ ସାଧନା ବଳରେ ସେ ଗୋଟିଏ ପରେ ଗୋଟିଏ କିର୍ତ୍ତୀମାନ କରିଚାଲିଛନ୍ତି ।

ଏକ୍ସପର୍ଟ ୱିଟନେସ୍ ଭାବରେ ସୁଧୀର ଚନ୍ଦ୍ର ଛତ୍ରିଆ, ପଞ୍ଚ ପ୍ୟାଡ୍ କିପର୍ ସୁଜ୍ଞାନ କେଶରୀ ପ୍ରଧାନ ଏବଂ ଟାଇମ କିପର୍ ଭାବରେ କ୍ରୀଡାବିତ୍ ସସ୍ମିତା ରାଉତରାଏ ଓ ଗଜେନ୍ଦ୍ର ବାରିକ ଦାୟିତ୍ୱ ତୁଲାଇଥିଲେ । ଶ୍ରୀ ପଧାନ ସାମରିକ କଳାରେ ରୁଚି ରଖିଥିବା ସହିତ ସେ ଭୌତିକ ଚିକିତ୍ସା ବିଜ୍ଞାନରେ (ସ୍ନାୟୁରୋଗ) ଉତ୍କଳ ବିଶ୍ୱବଦ୍ୟାଳୟରୁ ସ୍ନାତକୋତ୍ତର ଉପାଧି ହାସଲ କରିସାରିଛନ୍ତି । ଓଡ଼ିଶା ଓ ରାଜସ୍ଥାନର ଦଶରୁ ଅଧିକ ଯୁବକ ଯୁବତୀ ବିଶ୍ୱ କିର୍ତ୍ତୀମାନ ସ୍ଥାପନ କରିବାରେ ସତ୍ୟପୀରଙ୍କ ପ୍ରେରଣାଦାୟୀ କାର୍ଯ୍ୟ ପାଇଁ ମିଳିତ ଜାତସଂଘ ତରଫରୁ ତାଙ୍କୁ କର୍ମବୀର ପୁରସ୍କାର ସମ୍ମାନ ପ୍ରଦାନ କରାଯାଇଛି ।

Get real time updates directly on you device, subscribe now.